Latest Odisha News

BREAKING NEWS

ରିଲିଜ ହେଲା ଜବରଦସ୍ତ ଆକ୍ସନରେ ଭରା ‘ଦେବରା’ର ଟ୍ରେଲର…

ମୁମ୍ବାଇ: ଜୁନିଅର ଏନଟିଆର, ଜାହ୍ବବୀ କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଦେବରା’ର ଚମତ୍କାର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଟ୍ରେଲରଟିକୁ ପ୍ରଶଂସକ ମାନେ ବହୁତ ଭଲ ରେସପନ୍ସ ଦେଇଛନ୍ତି । ଜୁନିଅର ଏନଟିଆରଙ୍କ ଏହି ଚଳଚ୍ଚିତ୍ର ଟି ଦୀର୍ଘ ସମୟ ଧରି ଆଲୋଚନାରେ ରହିଆସିଛି । ପ୍ରଶଂସକମାନେ ଏହାର ଟ୍ରେଲରକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ, ଯାହା ଶେଷରେ ଆଜି ଅର୍ଥାତ୍ ୧୦ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା ​​।

ଦେବରାଙ୍କ ଟ୍ରେଲରରେ ଦର୍ଶାଯାଇଛି ଯେ, ଏହି ଚଳଚ୍ଚିତ୍ରଟି ଆକ୍ସନ୍ ସିକ୍ବେନ୍ସ କ୍ରମରେ ଏବଂ ବହୁ ରକ୍ତପାତ ସିନ୍ ରେ ପରିପୂର୍ଣ୍ଣ ହୋଇଛି ଫିଲ୍ମଟି । ଦେବରାର ଟ୍ରେଲର ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ରିଲିଜ ପାଇଁ ଅପେକ୍ଷା ଆହୁରି ବୃଦ୍ଧି ପାଇଛି ।

‘ଦେବରା’ ବିଷୟରେ ଯଦି କୁହାଯାଏ, ତେବେ ଜୁନିଏର ଏନଟିଆରଙ୍କ ଚଳଚ୍ଚିତ୍ର ହେଉଛି ଏକ ମାସ ଆକ୍ସନ୍ ଡ୍ରାମା, ଯେଉଁଥିରେ ଜୁନିଏର ଏନଟିଆର ଏକ ଡବଲ୍ ରୋଲ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସେ ପ୍ରଥମ ପିତାଙ୍କ ଭୂମିକାରେ ଅଭିନୟ କରିବେ, ଯିଏ ନିର୍ଭୟ ସହ ସାହସୀ ମଧ୍ୟ ଆଉ ସେ ସୈଫ୍ ଅଲ୍ଲୀ ଖାନଙ୍କ ସହ ଲଢୁଛନ୍ତି । ଯେତେବେଳେ କି ଦ୍ୱିତୀୟ ଅବତାରରେ ସେ ସାଧାରଣ ଏବଂ ଭୟଭୀତ ଥିବା ନଜର ଆସୁଛନ୍ତି ।

ଟ୍ରେଲରରୁ ଜଣାପଡୁଛି ଯେ, ଦେବରା ଚରିତ୍ରରେ ନଜର ଆସୁଥିବା ଜୁନିଅର ଏନଟିଆର ସମସ୍ତଙ୍କ ରକ୍ତ ପାଇଁ ତୃଷାର୍ତ୍ତ ସନ୍ଦର ଭୂମିକାରେ ନଜର ଆସୁଥିବା ସୈଫ ଅଲ୍ଲୀ ଖାନଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେଉଛି ।

ସୈଫ ଅଲ୍ଲୀ ଖାନଙ୍କୁ ‘ଦେବରା-ପୋର୍ଟ’ ରେ ଭୟଙ୍କର ଭିଲେନ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସେ ଜୁନିଅର ଏନଟିଆର ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳିବ । ଏହା ସହିତ ଜାହ୍ନବୀ କପୁର ଏହି ଫିଲ୍ମରେ ଜୁନିଅର ଏନଟିଆରଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଶିବା କୋରାତାଲା ଏବଂ ଯୁବାସୁଧା ଆର୍ଟସ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

ଏହି ଚଳଚ୍ଚିତ୍ରଟି ଚଳିତ ମାସ ୨୭ ତାରିଖରେ ରିଲିଜ ହେବାର ଥିଲା ହେଲେ ୌଣସି କାରଣ ବଶତଃ ରିଲିଜ ଡେଟ କୁ ଘୁଞ୍ଚାଇ ଦିଆଯାଇଛି ।

Comments are closed.