Latest Odisha News

BREAKING NEWS

ଦାଦନ ଶ୍ରମିକଙ୍କ ଲାଗି ଖୁବଶୀଘ୍ର ହେବ ଆକ୍ସନ ପ୍ଲାନ

ଭୁବନେଶ୍ୱର: ଦାଦନ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ଲାଗି ଓଡିଶା ସରକାର ଖୁବଶୀଘ୍ର ଏକ ଆକ୍ସନ ପ୍ଲାନ ଆଣିବାକୁ ଯାଉଛନ୍ତି ।

ଜିଲ୍ଲା ଶ୍ରମ କଲ୍ୟାଣ ଅଧିକାରୀଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିବା ପରେ ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡାରୁ ଅଧିକ ଲୋକ କାମ ଅନ୍ୱେଷଣରେ ପଡୋଶୀ ରାଜ୍ୟକୁ ଯାଇଥାନ୍ତି ।

ଏଥିପାଇଁ ଓଡିଶାରୁ ଦାଦନ ଶ୍ରମିକ ରୋକିବା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବ ।

ଏହାବ୍ୟତିତ ଦାଦନ ଶ୍ରମିକଙ୍କ ପିଲାମାନଙ୍କ ପାଠପଢା ପାଇଁ ଛାତ୍ରାବାସ ମଧ୍ୟ ନିର୍ମାଣ କରାଯିବ । ଯାହାଫଳରେ ମା’ ଓ ବାପା ଦୂରରେ ରହିଲେ ମଧ୍ୟ ପିଲାମାନେ ପାଠ ପଢିପାରିବେ ।

“ଓଡିଶାର ଦାଦନ ଶ୍ରମିକଙ୍କୁ ତତ୍କାଳ ସହାୟତା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁରେ ହେଲ୍ପଡେସ୍କ ସ୍ଥାପନା କରିବେ । ଏହାବ୍ୟତିତ ବିଦେଶରେ କାମ କରୁଥିବା ଶ୍ରମିକମାନଙ୍କ ଲାଗି ଦିଲ୍ଲୀରେ ଏକ ସ୍ୱତନ୍ତ୍ର ହେଲ୍ପଡେସ୍କ ନିର୍ମାଣ ଲାଗି ଯୋଜନା ରହିଛି । ଏହି ସ୍ୱତନ୍ତ୍ର ସହାୟତା ଡେସ୍କ ବାହାର ରାଜ୍ୟର ଶ୍ରମିକଙ୍କ ବିଷୟରେ ଜାଣିବା ଲାଗି ବିଦେଶ ମନ୍ତ୍ରଣାଳୟଙ୍କ ସମ୍ପର୍କରେ ରହିବ । ଏଭଳି କିଛି ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଏବଂ ଖୁବଶୀଘ୍ର ଏନେଇ ଆଲୋଚନା କରାଯିବ” ବୋଲି ଶ୍ରୀ ସିଂହ କହିଛନ୍ତି ।

Leave A Reply

Your email address will not be published.