Latest Odisha News

BREAKING NEWS

୨୬ରେ ସୂର୍ଯ୍ୟପରାଗ: ରାଜଧାନୀର ଏହିସ୍ଥାନ ଗୁଡିକରେ ଦେଖିପାରିବେ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୬ ତାରିଖ ସକାଳେ ରାଜ୍ୟରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ । ଏହାକୁ ସୁରକ୍ଷିତ ଭାବେ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ବରର କିଛି ସ୍ଥାନରେ ଆୟୋଜନ କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ୱରରେ ଥିବା ପଠାଣି ସାମନ୍ତ ପ୍ଲାନିଟୋରିୟମ ଜନସାଧାରଣଙ୍କୁ ସୂର୍ଯ୍ୟ ପରାଗର ଦୃଶ୍ୟ ଦେଖାଇବା ନିମନ୍ତେ ନିଜର ଦୂରବୀକ୍ଷଣ ଯନ୍ତ୍ରର ସ୍ଥାପନା କରାଇଛନ୍ତି ।

ଏହାଛଡା ପ୍ଲାନିଟୋରିୟମ ତରଫରୁ ଛାତ୍ରଛାତ୍ରୀଙ୍କୁ ଏହି ମହାଜାଗତିକ ଦୃଶ୍ୟ ଦେଖାଇବା ନିମନ୍ତେ ଫିଜିକ୍ସ ଇନଷ୍ଟିଚ୍ୟୁଟ ଓ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଡ଼ିଆରେ ବ୍ୟବସ୍ଥା କରାଇଥିବା ସୂଚନା ମିଳିଛି ।

ଏହି ସୂର୍ଯ୍ୟପରାଗ ଡିସେମ୍ବର ୨୬ ତାରିଖରେ ଏସିଆ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଭଳି ମହାଦେଶରେ ସକାଳ ୮.୨୦ ରୁ ଦିନ ୧୧.୨୮ ମଧ୍ୟରେ ଦୃଶ୍ୟମାନ ହେବ ।

ପଠାଣି ସାମନ୍ତ ପ୍ଲାନିଟୋରିୟମର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ସକାଳ ପାଖାପାଖି ୯.୪୬ ସମୟରେ ଚନ୍ଦ୍ରଙ୍କର ୫୫ରୁ ୬୫ ପ୍ରତିଶତ ଛାୟା ସୂର୍ଯ୍ୟଙ୍କ ଉପରେ ପଡିବ ।

Leave A Reply

Your email address will not be published.