Latest Odisha News

ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ;ବଦଳି ହେଲେ ୬ ଅଧିକାରୀ

ଭୁବନେଶ୍ବର:ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ସମ୍ପାଦକଙ୍କ ସମେତ ୬ ଅଧିକାରୀଙ୍କ ବଦଳି ହୋଇଥିବା ସୂଚନା ମିଳିଛି । ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ବଦଳି ହୋଇଛନ୍ତି ୬ ଅଧିକାରୀ ।

ସୂଚନାଥାଉକି, ଜୁଲାଇ ୨୦ରେ ହେବାକୁ ଥିବା ସ୍ବତନ୍ତ୍ର OTET ପରୀକ୍ଷା ବାତିଲ୍ ହୋଇଥିଲା । ତେବେ ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ ହୋଇଥିଲା । ପରୀକ୍ଷା ଆଗରୁ ବିଭିନ୍ନ ସୋସିଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିଥିଲା ।

ତେବେ, ଏଥିରେ କେମିତି ପ୍ରଶ୍ନପତ୍ର ବାହାରକୁ ଗଲା, ତା ଉପରେ ବୋର୍ଡ କର୍ତ୍ତୃପକ୍ଷ ଏଯାଏଁ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି ।

ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥାନ୍ତା । ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଇଥାନ୍ତେ ଏହି ପରୀକ୍ଷା । ପେପର୍‌-୧ ଓ ପେପର୍‌-୨ ଦୁଇଟି ପେପରରେ ପରୀକ୍ଷା ହୋଇଥାନ୍ତା ।

Comments are closed.