Latest Odisha News

ମହଙ୍ଗା ପଡ଼ିଲା ଲୋଭ, ସୁଭଦ୍ରା ସହାୟତା ପାଇଁ ଟଙ୍କା ମାଗି ହେଲେ ହଟହଟା 

ଭୁବନେଶ୍ୱର: ରାଜ୍ୟରେ ଏବେ ସୁଭଦ୍ରା କ୍ରେଜ୍। ସୁଭଦ୍ରା ସହାୟତା ପାଇଁ ଫର୍ମ ଏବଂ ଆବେଦନ ସଂପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏଥିରେ କିଛି ସରକାରୀ କର୍ମଚାରୀ ନିଜର ସ୍ୱାର୍ଥର ରୁଟି ସେକୁଛନ୍ତି। ଆବେଦନକାରୀମାନଙ୍କଠାରୁ ଟଙ୍କା ମାଗୁଛନ୍ତି। ଯାହାକୁ ନେଇ ଏବେ ପୁରା ଆକ୍ସନ ମୋଡରେ ପ୍ରଶାସନ।

ପୂର୍ବରୁ ଏହା ସ୍ପଷ୍ଟ କରାଯାଇଛି ଯେ ଏହା ସମ୍ପୂର୍ଣ୍ଣ ଦେୟମୁକ୍ତ। ଏଥିରେ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ହେବ। ଏହାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ। ବାଲେଶ୍ଵର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଓ ପୁରୀ ଜିଲ୍ଲା ପ୍ଲାଙ୍କୁ ସୁଭଦ୍ରା ଯୋଜନାରେ କିଛି ଲୋକ ଅଙ୍ଗନବାଡ଼ି କର୍ମୀ ଫର୍ମ ଓ ଏହାର ପୂରଣ ପାଇଁ ଟଙ୍କା ମାଗିଥିବା ଅଭିଯୋଗ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ସେପଟେ ସୁଭଦ୍ରା ସହାୟତା ରେ ଆବେଦନ ପାଇଁ ଟଙ୍କା ମାଗିବା ଅଭିଯୋଗରେ ଆରମ୍ଭ ହୋଇଗଲାଣି କାର୍ଯ୍ୟନୁଷ୍ଠାନ। ଏଥିପାଇଁ ୩ ଜଣ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ହିତାଧିକାରୀଙ୍କୁ ଦୁର୍ବ୍ୟବହାର ଓ ଫର୍ମ ନଦେବା ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପଲତା ପଣ୍ଡାଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ସରଦେଇପୁର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କର ମଧ୍ୟ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ମାଗିଥିବାରୁ ଡେରାବିଶର ୨ଜନସେବା କେନ୍ଦ୍ର ଉପରେ ବି କାର୍ଯ୍ୟାନୁଷ୍ଠାନ ହୋଇଛି।

Comments are closed.