Latest Odisha News

ଗଣେଶ ମୂର୍ତ୍ତି ବିକୃତ କରି ତିଆରି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

କଟକ: ଆସୁଛନ୍ତି ବିଘ୍ନହର୍ତ୍ତା । ସଜେଇ ହେଲାଣି ମଣ୍ଡପ । ବପ୍ପାଙ୍କ ସ୍ବାଗତ ପାଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହାରି ଭିତରେ ଗଣେଶ ମୂର୍ତ୍ତି କାରିଗରମାନଙ୍କୁ ତାଗିଦ କରିଛନ୍ତି ପୋଲିସ୍ କମିଶନର ।  ଗଣେଶ ବିକୃତ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । କଟକରେ ଗଣେଶ ପୂଜା କମିଟି ବୈଠକରେ କିଛି ଏମିତି ସୂଚନା ଦେଇଛନ୍ତି କଟକ କମିଶନର ସଂଜୀବ ପଣ୍ଡା ।

ଏନେଇ ପୋଲିସ୍ କମିଶନର କହିଛନ୍ତି, ଚଳିତ ପୂଜାରେ ଗଣେଶ ମୂର୍ତ୍ତି ଯେପରି ବିକୃତ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ । ଯଦି କୌଣସି କ୍ଲବ କିମ୍ବା ଅନୁଷ୍ଠାନ ମୂର୍ତ୍ତିକୁ ବିକୃତ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏଥିସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଦ୍ଦ ପ୍ରଦୂଷଣ ଯେପରି ନ ହେବ, ସାଉଣ୍ଡ ଲିମିଟ ଅନୁଯାୟୀ ବକ୍ସ ବଜାଯିବ ସେମସୁ ଉପରେ ତାଗିତ କରାଯିବ ବୋଲି କହିଛନ୍ତି ପୋଲିସ୍ କମିଶନର।

Comments are closed.