Latest Odisha News

BREAKING NEWS

ସରକାରୀ କ୍ୱାର୍ଟର ଭଡାରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର : ସରକାରୀ କ୍ୱାର୍ଟର ଭଡାରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଉଭୟ ଆଲଟମେଣ୍ଟ ହୋଇଥିବା ବ୍ୟକ୍ତି ଏବଂ ଭଡାରେ ରହୁଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ।  ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଅନେକ ସ୍ଥାନରେ କେତେକ କ୍ୱାର୍ଟର ମାଡିବସିଛନ୍ତି। ଏହା ଉପରେ ଜିଏ ବିଭାଗ ଏକ ତାଲିକା ପ୍ରସ୍ତୁତ କରୁଛି। ଏହା ସହିତ ଏପରି ହେଉଥିବା ଜାଗାରେ ଉଚ୍ଛେଦ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କ୍ୱାର୍ଟରଗୁଡିକୁ ଭାଙ୍ଗି ଭର୍ଟିକାଲ୍ ଭାବରେ ନିର୍ମାଣ କରାଯିବ। ଏହାଦ୍ବାରା ସେଠାରେ ଏକା ସାଙ୍ଗରେ ବହୁତ ଲୋକ ରହିପାରିବେ।

ସେ ଆହୁରି କହିଛନ୍ତି, ଅନ୍ୟପକ୍ଷରେ ସରକାରୀ କର୍ମଚାରୀ ମାନଙ୍କୁ କ୍ୱାର୍ଟର ଦେବାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ବିଶେଷ କରି ଭୁବନେଶ୍ବରରେ ତାହା ଦେଖିବାକୁ ମିଳୁଛି। କିଭଳି ଭାବରେ ସଠିକ ଢଙ୍ଗରେ କ୍ୱାର୍ଟର ଆଲର୍ଟ ହୋଇପାରିବ ସେ ବାବଦରେ ସରକାର କାର୍ଯ୍ୟ କରୁଛନ୍ତି। ତେଣୁ ପୁରୁଣା କ୍ୱାର୍ଟର ଗୁଡିକୁ ଭାଙ୍ଗି ଭର୍ଟିକାଲ୍ ଆକାରରେ କ୍ୱାର୍ଟର ନିର୍ମାଣ ହେଲେ ଅଧିକ ସରକାରୀ କର୍ମଚାରୀଙ୍କୁ କ୍ୱାର୍ଟର ମିଳିବା ସହ ସେମାନେ ସୁବିଧାରେ ରହିପାରିବେ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

Comments are closed.