Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କୋଭିଡ୍ ରେଡ୍ ଜୋନରେ ରାଜ୍ୟର ୫ ଜିଲ୍ଲା, ଆଜି ବି ହଜାରେ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ବଢ଼ୁଛି ସଂକ୍ରମଣ, ରେଡ୍ ଜୋନକୁ ଆସୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ଗତକାଲି ୧୦୪୩, ଆଜି ୧୦୬୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରାଜ୍ୟରେ । ଅନ୍ୟପଟେ ରାଜ୍ୟରେ ଟେଷ୍ଟ ପଜିଟିଭିଟ୍ ରେଟ୍ ବୃଦ୍ଧି ପାଉଛି । ରାଜ୍ୟରେ ଟିପିଆର୍ ୫ ପ୍ରତିଶତ ଉପରେ ରହିଛି । ଗତ ୨୪ ଘଣ୍ଟାରେ ଆଉ ୧୦୬୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ପରେ ରେଡ୍ ଜୋନକୁ ଆସିଛି ରାଜ୍ୟର ୫ ଜିଲ୍ଲା ।

ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧ ଜିଲ୍ଲା ରେଡ୍ ଜୋନରେ ଥିବାବେଳେ ଗଜପତି, ପୁରୀ, ଜଗତସିଂହପୁର ଓ ସମ୍ବଲପୁର ଜିଲ୍ଲା ୟେଲୋ ଜୋନରେ ରହିଛି । ବଢ଼ୁଥିବା ସଂକ୍ରମଣ ମଧ୍ୟରେ ବୌଦ୍ଧ ଜିଲ୍ଲାର ଟିପିଆର୍ ସର୍ବାଧିକ ୧୬.୦୫ ପ୍ରତିଶତ ରହିଥିବା ବେଳେ ତା’ତଳକୁ ଦ୍ୱିତୀୟରେ ରହିଛି ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରେ ଟିପିଆର୍ ୧୩.୩୩ ପ୍ରତିଶତ ରହିଛି । କଟକରେ ଟିପିଆର୍ ୧୧.୦୬ ପ୍ରତିଶତ ଥିବାବେଳେ ସୁବର୍ଣ୍ଣପୁରରେ ୧୨.୭ ପ୍ରତିଶତ ରହିଛି ।

ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୩୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩୫, ସୁନ୍ଦରଗଡ଼ରୁ ୧୧୧ ସଂକ୍ରମଣ ମାମଲା ଆସିଛି । ଲଗାତାର ଦ୍ୱିତୀୟ ଦିନରେ ୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ପରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୩୭୬କୁ ବୃଦ୍ଧି ପାଇଛି । ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ଜିଲ୍ଲାରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି । କଟକ, ଭୁବନେଶ୍ୱର, ସମ୍ବଲପୁର ଓ ଗଞ୍ଜାମରେ ମାସ୍କ ବାଧ୍ୟତାମୂଳକ ହୋଇଛି । ରାଜ୍ୟର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ଦିଆଯାଉଛି ବୁଷ୍ଟର ଡୋଜ୍ ।

ଅନ୍ୟପଟେ ଦେଶରେ ମଧ୍ୟ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୦ ହଜାର ୪୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.