Latest Odisha News

କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ବସିବ ବିଜେପି ସଂସଦୀୟ ଦଳ ବୈଠକ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ। ଏହି ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି।

୨୦୧୭ରେ ତତ୍କାଳୀନ କ୍ୟାବିନେଟ୍ ମନ୍ତ୍ରୀ ଏମ୍ ଭେଙ୍କେୟା ନାଇଡୁଙ୍କୁ ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ କରାଇଥିଲା। ଯିଏକି ଦଳର ପୂର୍ବତନ ସଭାପତି ମଧ୍ୟ ଥିଲେ। ଗୋଟିଏ ପଟେ ରାମନାଥ କୋବିନ୍ଦଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରାଇଥିଲା ଅନ୍ୟପଟେ ଭେଙ୍କେୟାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଇ ଚକମା ଦେଇଥିଲା। ଉଭୟ ନିର୍ବାଚନରେ ବିଜୟୀ ହୋଇ ଦେଶର ଦୁଇଟି ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିଛନ୍ତି।

ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ବିଜେପି ପୁଣି ଏକ ଜବରଦସ୍ତ ରଣନୀତି ପ୍ରସ୍ତୁତ କରିଛି। ଦ୍ରୌପଦୀଙ୍କୁ ଏନଡିଏ ପ୍ରାର୍ଥୀ କରାଇ ବିରୋଧୀ ଶିବିରରୁ ସମର୍ଥନ ଗୋଟାଇବାରେ ବିଜେପି ସଫଳ ହୋଇଛି। ଆଉ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ କେନ୍ଦ୍ରର ଶାସକ ଦଳ ପ୍ରାର୍ଥୀ ଦେଇ ସହଜରେ ବିଜୟୀ ହେବ ବୋଲି ଆଶା ରଖିଛି।

ଯିଏ ଉପରାଷ୍ଟ୍ରପତି ହେବେ ସେ ରାଜ୍ୟସଭାର ଅଧ୍ୟକ୍ଷ ମଧ୍ୟ ରହିବେ। ତେଣୁ ଏହି ପଦ ପାଇଁ ନିର୍ବାଚନ ହେଲେ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଭୋଟ୍ ଦେବେ । ସଂସଦର ବର୍ତ୍ତମାନର ୭୮୦ ସଦସ୍ୟଙ୍କ ମଧ୍ୟରୁ କେବଳ ବିଜେପିର ୩୯୪ ଜଣ ସାଂସଦ ଅଛନ୍ତି। ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ହେଲେ ୩୯୦ରୁ ଅଧିକ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏପରି ସ୍ଥିତିରେ ବିଜେପି ଯାହାକୁ ପ୍ରାର୍ଥୀ କରିବ ସେ ବିଜୟୀ ହେବା ସୁନିଶ୍ଚିତ।ଏବେର ରାଜ୍ୟସଭା ଉପାଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି। ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରହିଥିବା ବେଳେ ଅଗଷ୍ଟ ୬ ତାରିଖରେ ନିର୍ବାଚନ ହେବ।

Leave A Reply

Your email address will not be published.