Latest Odisha News

ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି; ଖାଇବା ତେଲ ଦର କମାଇଲେ କମ୍ପାନୀ, ଜାଣନ୍ତୁ ନୂଆ ଦର…

ନୂଆଦିଲ୍ଲୀ: ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି । କମିଲା ଖାଇବା ତେଲ ଦାମ୍ । ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଥିବା ବେଳେ ଖାଉଟିଙ୍କ ପାଇଁ ଖୁସି ଖବର । ବିଭିନ୍ନ ତେଲ କମ୍ପାନୀ ରୋଷେଇ ତେଲ ଦର କମାଇଛନ୍ତି । ହ୍ରାସ ପାଇଥିବା ନୂଆ ଦର ଜୁଲାଇ ତୃତୀୟ ସପ୍ତାହରୁ ଲାଗୁ ହେବ ।

ପୂର୍ବରୁ ଆଦାନୀ ୱାଲିମରର ଫରଚ୍ୟୁନ୍ ସୋୟାବିନ୍ ତେଲ ଲିଟର ପିଛା ୧୯୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏଣିକି ୧୬୫ ଟଙ୍କାରେ ମିଳିବ । ସେହିଭଳି ଫରଚ୍ୟୁନ୍ ସନଫ୍ଲାୱାର ଦର ୨୧୦ରୁ ୧୯୯ ଟଙ୍କାକୁ ଖସି ଆସିବ । ଫରଚ୍ୟୁନ୍ ସୋରିଷ ତେଲ ୨୨୦ ଟଙ୍କାରୁ ୨୧୦ ଟଙ୍କା ହେବ । ଫରଚ୍ୟୁନ୍ ରାଇସ୍ ବ୍ରାନ୍ ଅଏଲ୍ ୨୨୫ ଟଙ୍କା ପରିବର୍ତ୍ତେ ୨୧୦ ଟଙ୍କାରେ ମିଳିବ ।

ଫ୍ରିଡମ୍ ସନ୍ ଫ୍ଲାୱାର ଦର ୨୦୦ ଟଙ୍କାରୁ ୧୯୨ ଟଙ୍କାକୁ ହ୍ରାସ୍ ପାଇବ । ଫ୍ରିଡମର ରାଇସ୍ ବ୍ରାନ୍ ତେଲ ଦର ୧୯୦ରୁ ୧୭୫ ଟଙ୍କାକୁ ଖସି ଆସିବ । ସେହିଭଳି ଫ୍ରିଡମ୍ ସୋରିଷ ତେଲ ୨୧୫ରୁ ୧୮୫ ଟଙ୍କା ହେବାକୁ ଥିବାବେଳେ ପାମୋଲିନ୍ ଅଏଲ୍ ୧୭୦ ଟଙ୍କା ବଦଳରେ ୧୫୦ ଟଙ୍କାରେ ବିକ୍ରି ହେବ ।

ସେହିଭଳି ଇମାମି ମଧ୍ୟ ବିଭିନ୍ନ ତେଲ ଦର କମାଇଛି । ସୋୟା ତେଲ ୨୧୫ ଟଙ୍କାରୁ ୧୮୦ ଟଙ୍କାକୁ ହ୍ରାସ ପାଇଥିବା ବେଳେ ଇମାମି ସୋରିଷ ତେଲ ୨୧୫ ବଦଳରେ ୧୯୮ ଟଙ୍କାରେ ବିକ୍ରି ହେବ । ଇମାମି ରାଇସ୍ ବ୍ରାନ୍ ଅଏଲ୍ ୨୨୦ ଟଙ୍କାରୁ ୧୯୦ ଟଙ୍କାକୁ ଖସି ଆସିବ । ଏହି ନୂଆ ଦର ଜୁଲାଇ ତୃତୀୟ ସପ୍ତାହରୁ ଲାଗୁ ହେବ ।

Leave A Reply

Your email address will not be published.