Latest Odisha News

BREAKING NEWS

ଗାଧୁଆ ଘରୁ ମିଳିଲା ଅଭିନେତା ଆଦିତ୍ୟ ସିଂହଙ୍କ ମୃତଦେହ

ମୁମ୍ବାଇ: ଗାଧୁଆ ଘରୁ ମିଳିଲା ବଲିଉଡ଼ ଅଭିନେତା ଆଦିତ୍ୟ ସିଂହ ରାଜପୁତଙ୍କ ମୃତଦେହ । ସୋମବାର ମଧ୍ୟାହ୍ନରେ ଅନ୍ଧେରିସ୍ଥିତ ତାଙ୍କ ଘର ଗାଧୁଆ ଘରୁ ମୃତଦେହ ଉଦ୍ଧାର ହୋଇଛି । ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି । ଆଦିତ୍ୟଙ୍କ ଏଭଳି ମୃତ୍ୟୁ ଖବର ଶୁଣିବା ପରେ ସିନେ ଦୁନିଆକୁ ଝଟ୍‌କା ଲାଗିଛି । କେହିବି ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ।

ସୋମବାର ମଧ୍ୟାହ୍ନରେ ଆଦିତ୍ୟ ଗାଧୁଆ ଘରେ ପଡ଼ିଥିବା ତାଙ୍କର ଜଣେ ସାଙ୍ଗ ଦେଖିବାକୁ ପାଇଥିଲେ । ସେ ତାଙ୍କୁ ଉଠାଇ ନ ପାରିବାରୁ ସଙ୍ଗେ ସଙ୍ଗେ ଘରର ସିକ୍ୟୁରିଟି ଗାର୍ଡ଼କୁ ଡ଼ାକିଥିଲେ । ଦୁହେଁ ଆଦିତ୍ୟଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ ।

ଆଦିତ୍ୟ କେବଳ ଜଣେ ଅଭିନେତା ନ ଥିଲେ । ସେ ଜଣାଶୁଣା ମଡେଲ ଓ କାଷ୍ଟିଙ୍ଗ ଡାଇରେକ୍ଟର ବି ଥିଲେ । ଆଦିତ୍ୟ ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ଫିଲ୍ମ ‘କ୍ରାନ୍ତିବୀର’ ଓ ‘ମେନେ ଗାନ୍ଧୀ କୋ ନେହିଁ ମାରା’ରେ ମଧ୍ୟ ଅଭିନୟ କରିଥିଲେ । ଏଥିସହିତ ୩ ଶହରୁ ଅଧିକ ବିଜ୍ଞାପନରେ ବି ନଜର ଆସିିଛନ୍ତି । ସେ ୱେବ ସରିଜ ‘ଗନ୍ଦି ବାତ’ରେ ବି ଅଭିନୟ କରିଥିଲେ । ଦର୍ଶକ ଆଦିତ୍ୟଙ୍କ ଅଭିନୟକୁ ଖୁବ୍ ପସନ୍ଦ କରୁଥିଲେ ।

Comments are closed.