Latest Odisha News

BREAKING NEWS

କୋଭିଡ୍ ନିୟମ ମାନି ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ଅଭିନେତା ଆକାଶ

ଭୁବନେଶ୍ୱର : ଓଲିଉଡର ହ୍ୟାଣ୍ଡସମ୍ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ଆଜି ଜନ୍ମଦିନ । ଆଜି ସେ ୩୯ ବର୍ଷରେ ପାଦ ଥାପିଛନ୍ତି । ପ୍ରତିବର୍ଷ ଆକାଶ ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସେ ସମ ଦୂରତା ରଖି ଜନ୍ମ ଦିନ ପାଳନ କରିଛନ୍ତି ।

ଆକାଶ ‘ଆଶାକିରଣ’ ବୃଦ୍ଧାଶ୍ରମ ଓ ‘ଦିବ୍ୟଜ୍ୟୋତି’ ସେବାଶ୍ରମର ଅନ୍ତେବାସୀଙ୍କ ସହ ଭିଡିଓ କଲ ଜରିଆରେ ଜନ୍ମ ଦିନ ପାଳିଛନ୍ତି । ଏହି ଦୁଇ ଅନୁଷ୍ଠାନର ଅନ୍ତେବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବୃଦ୍ଧାଶ୍ରମର ବୟସ୍କମାନେ ତାଙ୍କୁ ଆଶୀର୍ବାଦ କରିଥିଲେ । ଏଥି ସହ କେକ୍ କଟାଯାଇଥିଲା । ଛୋଟ ଛୋଟ ପିଲାମାନେ ନାଚଗୀତ କରି ଖୁସି ମନାଇଥିଲେ । ଆକାଶ ମଧ୍ୟ ତାଙ୍କ ସହ ଗୀତ ଗାଇଥିଲେ ।

ଏହି ଅବସରରେ ଆକାଶ କହିଛନ୍ତି କି ଖୁସି ବାଣ୍ଟିଲେ ଖୁସି ବଢେ । ଏଥି ସହ ସେ ସମସ୍ତଙ୍କୁ ଘରେ ରହିବା ପାଇଁ ଦେଇଛନ୍ତି । ମାସ୍କ ବ୍ୟବହାର ସହ ସମଦୂରତା ବଜାୟ ରଖିବା ଏଥି ସହ ସେତିକି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ପାଇଁ ଆକାଶ କହିଛନ୍ତି ।

ଆକାଶଙ୍କୁ ଆଜି ଜନ୍ମ ଦିନ ଅବସରରେ ବହୁ ଅଭିନେତା ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକ ତଥା ଫ୍ୟାନମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.