Latest Odisha News

ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟା ଯାଇ ରାମଲଲାଙ୍କୁ ଦର୍ଶନ କଲେ ଅମିତାଭ ବଚ୍ଚନ

ଅଯୋଧ୍ୟା: ପୁଣି ଥରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟା ଯାଇ ପ୍ରଭୁଶ୍ରୀରାମଙ୍କ ଦର୍ଶନ କରିଛନ୍ତି । ଗତ ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମୟରେ ପୁଅ ଅଭିଷେକଙ୍କ ସହ ଅମିତାଭ ବଚ୍ଚନ ଏବଂ ଅନ୍ୟାନ୍ୟ ତାରକା ମାନେ ମଧ୍ୟ ଉପସ୍ଥିତ ଥିଲେ ।

ହେଲେ ଆଜି କୌଣସି ଏକ କାମରେ ଅଯୋଧ୍ୟା ଯାଇଥିବାବେଳେ ସର୍ବପ୍ରଥମେ ସେ ମନ୍ଦିର ଯାଇ ରାମଲଲାଙ୍କ ଦର୍ଶନ କରିଛନ୍ତି । ପ୍ରଥମେ ମେଗାଷ୍ଟାର ଅମିତାଭ ମୁମ୍ବାଇରୁ ବାହାରି ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ ସେ ରାମଲଲାଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ଟ୍ରଷ୍ଟ ଅଧିକାରୀ ଅମିତାଭ ବଚ୍ଚନଙ୍କୁ ରାମନାମାବଳୀ ପ୍ରଦାନ କରି ସ୍ୱାଗତ କରିଥିଲେ । ଅନ୍ୟ ଜଣେ ପୁରୋହିତ ମଧ୍ୟ ତାଙ୍କୁ ତିଳକ ଲଗାଇ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସମୟର ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ଅମିତାଭ ହାତ ଯୋଡି ରାମଲଲାଙ୍କୁ ଏକ ଲୟରେ ଦେଖି ଭକ୍ତିରେ ମଗ୍ନ ଥିବା ଦେଖିବାକୁ ମିଳିଛି । ଏହାପରେ ମନ୍ଦିରରେ କିଛି ସମୟ ବିତାଇଥିଲେ ଅମିତାଭ ବଚ୍ଚନ ।

Comments are closed.