Latest Odisha News

BREAKING NEWS

ଓଟିଟି ପ୍ଲାଟଫର୍ମରେ ଧମାକା କରିବ ସାଲାର, ଜାଣନ୍ତୁ ରିଲିଜ ଡେଟ୍

ମୁମ୍ବାଇ: ପ୍ରଭାସଙ୍କ ‘ସାଲାର ପାର୍ଟ-୧ ସିଜଫାୟାର’ ୨୦୨୩ ବର୍ଷର ଏକ ବଡ ହିଟ୍ ଫିଲ୍ମ ଅଟେ । ଡିସେମ୍ବରରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଅଦ୍ଭୁତପୂର୍ବ କଲେକ୍ସନ କରିଛି । ‘ସାଲାର’ର ସଫଳତା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଅନେକ ଲୋକ ଯେଉଁମାନେ ଫିଲ୍ମ ଦେଖିପାରିନଥିଲେ, ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ଫିଲ୍ମଟି OTT ପ୍ଲାଟଫର୍ମରେ ଷ୍ଟ୍ରିମ୍ ରେ ରିଲିଜ ହେବାକୁ ଯାଉଛି ।

ଆପଣ କେବଳ ଦକ୍ଷିଣ ଭାଷାରେ ନୁହେଁ ବରଂ ହିନ୍ଦୀରେ ମଧ୍ୟ ପ୍ରଭାସଙ୍କ ‘ସାଲାର’ ଦେଖିପାରିବେ । ପ୍ରଶଂସକଙ୍କ ଡିମାଣ୍ଡ କୁ ଦୃଷ୍ଟିରେ ରଖି ନିର୍ମାତାମାନେ OTT ରେ ଫିଲ୍ମର ଆଉ ଏକ ସଂସ୍କରଣ ପ୍ରକାଶ କରିଛନ୍ତି ।

ପ୍ରଭାସ ଫିଲ୍ମ ‘ସାଲାର’ ମାଧ୍ୟମରେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ । ସିନେମା ହଲରେ ସାନଦାର ଧମାକା ପରେ, OTT ରେ ଆଉ ଏକ ଧମାକା କରିବାକୁ ପ୍ରସ୍ତୁତ । ବଡ ପରଦା ପରେ ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଏହି ଫିଲ୍ମ OTT ରେ ମଧ୍ୟ ଏହାର ଯାଦୁ ଦେଖାଇବାକୁ ଯାଉଛି ।

ତେବେ ପ୍ରଭାସଙ୍କ ଆକ୍ସନ ଥ୍ରିଲର ସାଲାର ହିନ୍ଦି ଭାଷାରେ OTT ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ଆସନ୍ତା ୧୬ ଫେବୃଆରୀ ୨୦୨୪ରେ ରିଲିଜ ହେବ । ଏନେଇ ଫିଲ୍ନ ନିର୍ମାତା ପୃଥ୍ବୀରାଜ ସୁକୁମାରନ ଘୋଷଣା କରିଛନ୍ତି ।

Leave A Reply

Your email address will not be published.