Latest Odisha News

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌, କୋର୍ଟରେ ହାଜର ହେଲେ ଅଭିନେତା

କଟକ: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲା । ଆଜି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ମହାନ୍ତି ହାଜର ପରେ ଚାର୍ଜଫ୍ରେମ କରାଯାଇଛି । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି । ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା ।

ବର୍ଷାଙ୍କୁ ନିର୍ଯାତନ ମାମଲାରେ ଚାର୍ଜଫ୍ରେମ୍‌ ଲାଗି ପୂର୍ବରୁ ହାଜର ହୋଇନଥିଲେ ଅନୁଭବ । ହାଜର ନହେବାରୁ ଏନବିଡବ୍ଲୁ ଜାରି କରଥିଲେ ସ୍ବତନ୍ତ୍ର କୋର୍ଟ । ପରେ ଅନୁଭବଙ୍କ ଜାମିନ ବିହୀନ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ଅନୁଭବ ଏବଂ ତାଙ୍କ ଦୁଇ ସହଯୋଗୀ କୋର୍ଟରେ ହାଜର ହୋଇଛନ୍ତି ।

Comments are closed.