ନୂଆଦିଲ୍ଲୀ: ସାଉଥ୍ ମେଗାଷ୍ଟାର ଚିରଞ୍ଜୀବି କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ନିଜେ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ଚିରଞ୍ଜୀବି । ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ଟ୍ୱିଟ କରି ସେ ଲେଖିଛନ୍ତି, ଫିଲ୍ମ ‘ଆଚାର୍ଯ୍ୟ’ ସୁଟିଂ ପୂର୍ବରୁ ପ୍ରଟୋକଲ୍ ଅନୁସାରେ ସେ କୋଭିଡ ଟେଷ୍ଟ କରାଇଥିଲେ । ଦୁର୍ଭାଗ୍ୟଜନକ ଭବାରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏବେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ ।
ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ଅନୁରୋଧ କରିଛନ୍ତି, ଗତ ୫ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କୋଭିଡ୍ ଟେଷ୍ଟ କରାନ୍ତୁ । ସୁସ୍ଥ ହେଲେ ସୂଚନା ଦେବେ ବୋଲି କହିଛନ୍ତି ଚିରଞ୍ଜୀବି ।
ఆచార్య షూటింగ్ ప్రారంభించాలని,కోవిడ్ టెస్ట్ చేయించుకున్నాను. రిజల్ట్ పాజిటివ్. నాకు ఎలాంటి కోవిడ్ లక్షణాలు లేవు.వెంటనే హోమ్ క్వారంటైన్ అయ్యాను.గత 4-5 రోజులుగా నన్ను కలిసినవారందరిని టెస్ట్ చేయించుకోవాలిసిందిగా కోరుతున్నాను.ఎప్పటికప్పుడు నా ఆరోగ్య పరిస్థితిని మీకు తెలియచేస్తాను. pic.twitter.com/qtU9eCIEwp
— Chiranjeevi Konidela (@KChiruTweets) November 9, 2020
କିଛି ଦିନ ପୂର୍ବରୁ ଚିରଞ୍ଜୀବି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ । ସେଦିନର ଫଟୋ ଏବେ ସୋସିଆଲ ମିଡିଆରେ ବୁଲୁଛି । ସେହି ଫଟୋରେ ଅଭିନେତା ନାଗାର୍ଜୁନ ଓ ରାମ ଚରଣ ମଧ୍ୟ ଥିଲେ । ଯେଉଁ ଫଟୋରେ ଚିରଞ୍ଜୀବୀ ଓ ଚନ୍ଦ୍ରଶେଖର ରାଓ ମାସ୍କ ପିନ୍ଧି ନଥିଲେ ।
ତେଲଗୁ ସହ ତାମିଲ, ହିନ୍ଦୀ ଓ କନ୍ନଡ ଭାଷାରେ ଫିଲ୍ମ କରିଛନ୍ତି ଚିରଞ୍ଜୀବି । ଏଯାଏ ୧୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । କରୋନା ସଂକ୍ରମିତ ହେବା ପରେ ଫ୍ୟାନମାନେ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।
Comments are closed.