Latest Odisha News

ଠକେଇ ଅଭିଯୋଗରେ ଅଭିନେତା ଧର୍ମେନ୍ଦ୍ରଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟର ସମନ l ‘ଗରମ ଧରମ ଢ଼ାବା’ ଫ୍ରାଞ୍ଚାଇଜ ସହ ଜଡିତ ଏକ ଠକେଇ ମାମଲାରେ ବରିଷ୍ଠ ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ଅନ୍ୟ ଦୁଇଜଣଙ୍କ ବିରୋଧରେ ମଧ୍ୟ ସମନ ଜାରି କରିଛନ୍ତି କୋର୍ଟ l ଜୁଡିସିଆଲ ମାଜିଷ୍ଟ୍ରେଟ (ପ୍ରଥମ ଶ୍ରେଣୀ) ଯଶଦୀପ ଚହଲଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ସମନ, ଦିଲ୍ଲୀର ବ୍ୟବସାୟୀ ସୁଶୀଲ କୁମାର କରିଥିବା ଠକେଇ ଅଭିଯୋଗ ପାଇଁ ଦିଆଯାଇଛି ।

ଅଭିଯୋଗ ଅନୁସାରେ ଗରମ ଧରମ ଢ଼ାବାର ଫ୍ରାଞ୍ଚାଇଜରେ ପୁଞ୍ଜି ନିବେଶ କରିବାକୁ ପ୍ରଲୋଭନ ଦେଖାଇ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ କରିଥିଲେ ବ୍ୟବସାୟୀ ଜଣଙ୍କ । ଅଭିଯୋଗ ଆଧାରରେ ଜୁଡିସିଆଲ ମାଜିଷ୍ଟ୍ରେଟ ଯଶଦୀପ ଚହଲ ଏହି ସମନ ଜାରି କରିଛନ୍ତି ।

୨୦ ଫେବୃଆରୀ ୨୦୨୫ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅଦାଲତ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ନିଶ୍ଚିତ ଯେ ସମନ ପର୍ଯ୍ୟାୟରେ କୋର୍ଟ ଏହି ଘଟଣାର ଅନୁସନ୍ଧାନ କରିବା ଆବଶ୍ୟକ । ଏହା ସ୍ପଷ୍ଟ ହୋଇଛି ଯେ ଉଭୟଙ୍କ ମଧ୍ୟରେ ହୋଇଥିବା କାରବାର ଗରମ ଧରମ ଢ଼ାବା ସହ ଜଡିତ ।

ଅଭିଯୋଗକାରୀ କହିଛନ୍ତି ଯେ , ଫ୍ରାଞ୍ଚାଇଜରେ ନିବେଶ କରିବାକୁ ସୁଶୀଲଙ୍କୁ ଲାଞ୍ଚ ଦିଆଯାଇଥିଲା । ୭ ପ୍ରତିଶତ ବଦଳରେ ୪୧ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ ବୋଲି ଅଭିଯୋଗାରୀଙ୍କୁ ପ୍ରତିଶ୍ରୁତି ମିଳିଥିଲା । ୟୁପିରେ ଫ୍ରାଞ୍ଚଇଜ ଖୋଲିବାକୁ ସମସ୍ତ ସହାୟତା ଦିଆଯିବ ବୋଲି କୁହାଯାଇଥିଲା ।

Comments are closed.