Latest Odisha News

BREAKING NEWS

ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଅଭିନେତା ଇରଫାନ୍ ଖାନ୍ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୫୪ ବର୍ଷିୟ ଏହି ଅଭିନେତାଙ୍କ କିଡନୀ ସଂକ୍ରମଣ ଯୋଗୁଁ ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୨୦୧୮ ରେ ଏକ ଟ୍ୟୁମରରେ ଆକ୍ରାନ୍ତ ହୋଇଥିଲେ।

ଇରଫାନଙ୍କ ବିୟୋଗରେ ବଲିଉଡରରେ ଶୋକ ଛାୟା ଖେଳିଯାଇଛି।

କିଛିଦିନ ପୂର୍ବରୁ  ଇରଫାନଙ୍କ ମାଆଙ୍କର ବିୟୋଗ ଘଟିଥିଲା । ଚାରିବର୍ଷ ପୂର୍ବରୁ ଏହି ୫୪ ବର୍ଷୀୟ ଅଭିନେତାଙ୍କ ଶରୀରରେ ନ୍ୟୁରୋ ଏଣ୍ଡୋକ୍ରିନ୍ ନାମକ ଟ୍ୟୁମର୍ ବୃଦ୍ଧି ହୋଇଥିଲା । ଚିକିତ୍ସା ଲାଗି ସେ ଦୀର୍ଘ ଦିନ ଧରି ବଲିଉଡ଼ ଜଗତରୁ ଦୂରରେ ଥିଲେ ।

ନିକଟରେ ଇର୍ଫାନଙ୍କ ଅଭିନୀତ ଫିଲ୍ମ ‘ଅଂଗ୍ରେଜି ମିଡ଼ିୟମ୍‌’ ରିଲିଜ୍ ହୋଇଥିଲେ ମଧ୍ୟ କରୋନା ଲକ୍‌ଡ଼ାଉନ୍ ଯୋଗୁଁ ପ୍ରୋମୋଟ୍ ହୋଇପାରିନାହିଁ । ଇରଫାନ୍ ଚିକିତ୍ସିତ ହେଉଥିଲେ ମଧ୍ୟ ଲଣ୍ଡନରେ ଫିଲ୍ମଟି ସୁଟିଂ ହୋଇଥିଲା ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇରଫାନ୍ ଲକ୍‌ଡ଼ାଉନ ପରିସ୍ଥିତି ଏବଂ ନିଜର ଅସୁସ୍ଥତା ଯୋଗୁଁ ତାଙ୍କ ମାଆଙ୍କ ମୃତ୍ୟୁ ପରବର୍ତ୍ତୀ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନଥିଲେ ।

Leave A Reply

Your email address will not be published.