ନୂଆଦିଲ୍ଲୀ: ଦେଶରେ ୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ଏହାଦ୍ବାରା ମଣିଷ, ପଶୁ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ବିକିରଣ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।
ଏହାର ଶୁଣାଣି ସେ ଜୁନ୍ ୨ ତାରିଖରେ ହେବ।
ଜୁହି ଚାୱଲା କହିଛନ୍ତି ଯଦି ୫ଜି ପାଇଁ ଟେଲିକମ୍ ଇଣ୍ଡଷ୍ଟ୍ରିର ଯୋଜନା ସଫଳ ହୁଏ, ତେବେ କୌଣସି ବ୍ୟକ୍ତି, ପଶୁ, ପକ୍ଷୀ, କୀଟପତଙ୍ଗ ଏବଂ ଉଦ୍ଭିଦ ଉପରେ ଏହାର କୁ ପ୍ରଭାବ ପଡ଼ିବ। ଆରଏଫ୍ ବିକିରଣ ଠାରୁ ୫ଜି ପ୍ରଭାବ 10x ରୁ 100x ଗୁଣ ଅଧିକ।
ଏହି 5G ଯୋଜନା ମାନବ ଉପରେ ଗୁରୁତର, ଅପୂରଣୀୟ ପ୍ରଭାବ ପକାଇବ ଏବଂ ପୃଥିବୀର ସମସ୍ତ ଇକୋସିଷ୍ଟମକୁ ସ୍ଥାୟୀ ଭାବେ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି।
Comments are closed.