Latest Odisha News

ଆରପାରିରେ ଅଭିନେତ୍ରୀ ଲିନା ଆଚାର୍ଯ୍ୟ

ନୂଆଦିଲ୍ଲୀ: ଟେଲି ସୋ ‘ସେଠ ଜୀ’ର ଲୋକପ୍ରିୟ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର କିଡନୀ ରୋଗ ଯୋଗୁଁ ଦେହାନ୍ତ ହୋଇଛି। ସେ ବିଗତ ଦେଢ଼ ବର୍ଷ ହେବ କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ହୋଇଥିଲା।

ତାଙ୍କ ସହ କଳାକାର ଜାତୀୟ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁଯାୟୀ, “ଲୀନାଙ୍କ ମା ତାଙ୍କୁ କିଡନୀ ପ୍ରଦାନ କରିଥିଲେ, ଏହା ସତ୍ତ୍ୱେ ମଧ୍ୟ ଲୀନା ବଞ୍ଚି ପାରିଲେନାହିଁ।

ଲିନା ‘ସେଠ ଜୀ’, ‘ଆପ୍ କେ ଆ ଜେନ୍ ସେ’, ମେରୀ ହନିକାରାକ୍ ବିୱି ’ଏବଂ କ୍ଲାସ୍ 2020 ଭଳି ଶୋ’ରେ ଅଭିନୟ କରିଥିଲେ। ସେ ବଲିଉଡ ଚଳଚ୍ଚିତ୍ର ‘ହିଚ୍କି’ର ମଧ୍ୟ ଏକ ଅଂଶ ଥିଲେ।

Comments are closed.