Latest Odisha News

BREAKING NEWS

ନୂଆ ରୂପରେ ଆସୁଛନ୍ତି ଅଭିନେତା ଲିକୁନ ଚୌଧୁରୀ

ଭୁବନେଶ୍ୱର: ଟେଲି ପରଦାର ଲୋକପ୍ରିୟ କଳାକାର ଲିକୁନ ଚୌଧୁରୀ ଏକ ନୂଆ ରୂପରେ ଆସୁଛନ୍ତି । ତରଙ୍ଗରେ ପ୍ରସାରିତ ମଙ୍ଗଳମୂର୍ତ୍ତି ପ୍ରଡକ୍ସନର ନୂଆ ସିରିୟଲ ସିନ୍ଦୁରର ଅଧିକାରରେ ଏକ ଭିନ୍ନ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ । ଏହି ସିରିଏଲରେ ତାଙ୍କ ଚରିତ୍ରର ନାମ ମିଠୁ ରହିଛି । ଛୋଟ ବେଳୁ ବାପାମାଆଙ୍କୁ ହରାଇଥିବା ମିଠୁ ପିଉସା ପିଉସୀଙ୍କ ପାଖରେ ଗାଁରେ ବଢିଛି । ଜଣେ ନୀରିହ, ମଜାକିଆ ତଥା ଦିଲଦାରର ସ୍ୱଭାବର ମିଠୁ ସବୁ ବେଳେ ସମସ୍ତଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ରଖନ୍ତି । ତେବେ ପାଠ ପଢିବା ପାଇଁ ପରବର୍ତ୍ତୀ ସମୟରେ ସେ ସହରକୁ ଆସେ । ସହରକୁ ଆସି କେମିତି ସେ ନିଜକୁ ପରିବର୍ତ୍ତନ କରିଛି ତାକୁ ନେଇ ଏହାର କାହାଣୀ ।

ଏହି ସିରିଏଲରେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ନିଲାକ୍ଷୀ ଓ ସୁରଚିତା । ମହେଶ ହାଜିରା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ବିଜୟ ମଲ୍ଲ ଏହାର ସଂଳାପ ରଚନା କରିଛନ୍ତି ।

Leave A Reply

Your email address will not be published.