Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେଲେ ଆଉ ୧୦୩ ଜଣ ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଖୁସି ଖବର । ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୦୩ ଜଣ କରୋନା ଆକ୍ରାନ୍ତ । କଟକରୁ ୧୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ସୁନ୍ଦରଗଡ଼ରୁ ୧୬, ବରଗଡ଼ରୁ ୧୨, ଝାରସୁଗୁଡ଼ାରୁ ୧୧, ଅନୁଗୁଳରୁ ୧୦ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ସେହିପରି ସମ୍ବଲପୁରରୁ ୬, ଖୋର୍ଦ୍ଧା, ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ଯାଜପୁର, ପୁରୀ, ରାୟଗଡ଼ାରୁ ୩ ଜଣ ଲେଖାଏଁ, ବାଲେଶ୍ବର, ବଲାଙ୍ଗିର, କଳାହାଣ୍ଡି ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ, ଦେବଗଡ଼, ଗଞ୍ଜାମ, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୩ ଲକ୍ଷ ୩୩ ହଜାର ୫୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।

Leave A Reply

Your email address will not be published.