Latest Odisha News

BREAKING NEWS

ରାମଲିଳାରେ ସାଜିଥିଲେ ରାଜା ଦଶରଥ, ଅଧା ନାଟକରେ ଚାଲିଗଲା ଜୀବନ

ଓଡିଶା ସମ୍ବାଦ ବ୍ୟୁରୋ: ମଂଚ ଉପରେ ଚାଲିଗଲା କଳାକାରଙ୍କ ଜୀବନ । ରାମଲିଳାରେ ସାଜିଥିଲେ ରାଜା ଦଶରଥ । ନାଟକ ମଝିରେ ହିଁ ସେହି କଳାକାରଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଲୋକେ ଏହାକୁ ଅତି ଉଚ୍ଚକୋଟିର ଅଭିନୟ ଭାବି କରତାଳି ଦେବାକୁ ପଛାଇନଥିଲେ ।

ଉତ୍ତରପ୍ରଦେଶ ବିଜନୌରର ହସନପୁର ଗାଁରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଗତ ଗୁରୁବାର ରାତିରେ ରାଜେନ୍ଦ୍ର ସିଂ ନାମକ ଜଣେ କଳାକାର ଅଭିନୟ କରୁଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ହେଲେ ଲୋକେ ଏହାକୁ ଅଭିନୟ ଭାବି ତାଳି ମାରିଚାଲିଥିଲେ । ପରେ ହୃଦଘାତ ଯୋଗୁଁ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜାଣିପାରି ରାମଲିଳା ବନ୍ଦ କରାଯାଇଥିଲା । ମୃତ କଳାକାର ଜଣକ ଦୀର୍ଘ ୨୦ ବର୍ଷ ଧରି ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରିଆସୁଥିଲେ ।

Leave A Reply

Your email address will not be published.