Latest Odisha News

BREAKING NEWS

କେରଳ ବର୍ଷା ବିତ୍ପାତ; ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

କୁଟିକାଲ: ଦକ୍ଷିଣ ଏବଂ ମଧ୍ୟ କେରଳରେ ବର୍ଷା ବିପର୍ଯ୍ୟୟ ଯୋଗୁ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ରବିବାର ଦିନ କୋଟିକଲରୁ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି।

କୁଟିକାଲରେ ୧୨ ଜଣ ଏବଂ ଇଡୁକିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନ୍ୟୁଜ୍ ୧୮ ରିପୋର୍ଟରେ ପ୍ରକାଶ ପାଇଛି।

କେରଳ ସିଏମ ପିନାରାଇ ବିଜୟନ୍‌ ଏହି ପରିସ୍ଥିତିକୁ ଗୁରୁତର ବୋଲି ବର୍ଣ୍ଣନା କରିଛନ୍ତି। “ବର୍ଷା ବିତ୍ପାତକୁ ନେଇ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ସାରା ରାଜ୍ୟରେ ୧୦୫ ରିଲିଫ୍ କ୍ୟାମ୍ପ ର ଆୟୋଜନ କରାଯାଇଛି ଏବଂ ଅଧିକ କ୍ୟାମ୍ପ ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି କହିଛନ୍ତି ଯେ ସରକାର କେରଳର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

Leave A Reply

Your email address will not be published.