Latest Odisha News

BREAKING NEWS

ଗିରଫ ହେବାର କିଛି ଘଣ୍ଟା ପରେ ପ୍ରାଚୀନଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଗତକାଲି ଟିଭି ଅଭିନେତା ପ୍ରାଚୀନ ଚୌହାନଙ୍କୁ ଜଣେ ଅବିବାହିତ ଝିଅକୁ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଥିଲା। ଗିରଫ ହେବାର କିଛି ଘଣ୍ଟା ପରେ ବୋରିଭାଲୀ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଟେଲିଭିଜନ ଶୋ ‘କସୌଟି ଜିନ୍ଦେଗୀ କୀ’ରେ ତାଙ୍କ ଭୂମିକା ପାଇଁ ବେଶ୍‌ ଜଣାଶୁଣା ପ୍ରାଚୀନ ଚୌହାନ। ମୁମ୍ବାଇ ପୋଲିସ ସୂଚନା ଦେଇଛି ଯେ କରୁର ପୋଲିସ ଷ୍ଟେସନରେ ପୀଡିତାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲ। ଧାରା ୩୫୪, ୩୨୩, ଏବଂ ୫୦୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

Comments are closed.