Latest Odisha News

BREAKING NEWS

ନୃଶଂସ ହତ୍ୟାକାଣ୍ଡ: ମହିଳାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ବାରିପଦା: ବୀଭତ୍ସ, ଅମାନୁଷିକ ଓ ନୃଶଂସକାଣ୍ଡ । ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲେ ଦୁର୍ବୃତ୍ତ । ଗାଁ ଦାଣ୍ଡରୁ ମହିଳା ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଦେଖିବାକୁ ମିଳିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । କିନ୍ତୁ ମହିଳାଙ୍କ ମୁଣ୍ଡ ମିଳି ନାହିଁ । ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ ।

ମୃତ ମହିଳା ହେଲେ ବାଲିଭୋଳ ଗାଁର ଯମୁନା ହଂସଦା । କିଏ ଓ କାହିଁକି ତାଙ୍କୁ ଏଭଲି ନୃଶଂସ ଭାବରେ ହତ୍ୟା କଲା ? କଣ ହୋଇଥାଇପାରେ ପ୍ରକୃତ କାରଣ ? କଟାମୁଣ୍ଡ ଏବେ କେଉଁଠି ଅଛି ?

ହତ୍ୟାକାଣ୍ଡ ପଛର ପୂରା ରହସ୍ୟ ଭେଦିବାକୁ ଲାଗି ପଡ଼ିଛି କରଞ୍ଜିଆ ଥାନା ପୋଲିସ । ଏହି ଘଟଣା ବାଲିଭୋଳ ଗାଁକୁ ସ୍ତବ୍ଧ କରି ଦେଇଥିବା ବେଳେ ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ଓ ଗାଁ ଲୋକ ।

Leave A Reply

Your email address will not be published.