Latest Odisha News

BREAKING NEWS

ଏକାଠି ଟିିଭି ପରଦାରେ ନଜର ଆସିବେ ସୁପରଷ୍ଟାର ଅନୁଭବଙ୍କ ସହ ରଚନା ବାନାର୍ଜୀ

ଭୁବନେଶ୍ୱର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଟିଭି ପରଦାରେ ଏକାଠି ନଜର ଆସିବେ ଅଭିନେତା ଅନୁଭବ ଓ ଅଭିନେତ୍ରୀ ରଚନା ବାନାର୍ଜୀ । କୌଣସି ବଡ ପରଦା ବା ନୂଆ  ଫିଲ୍ମ ପ୍ରୋଜେକ୍ଟରେ ନୁହେଁ ।ଏବେ ଆରମ୍ଭ ହୋଇଥିବା ପପୁଲାର ରିଆଲିଟି ସୋ ‘ଦାଦାଗିର ’ ରେ ଏକ ଏପିସୋଡରେ ରଚନା ବାନାର୍ଜୀଙ୍କୁ ଡକାଯାଇଛି ।ଏହି ସୋରେ କିଛି ସମୟ ସୁପରଷ୍ଟାର ଅନୁଭବଙ୍କ ସହ ବେଙ୍ଗଲ କୁଇନି ଓଡିଆଙ୍କ ହୃଦରେ ଚିର ସବୁଜ ହୋଇ ରହିଥିବା ରଚନା ବାନାର୍ଜୀ ନଜର ଆସିବେ ।

ଏହି ସୋର ସୁଟିଂ ସରିଯାଇଥିବା ବେଳେ ଏହି ସୋ’ରେ ଅନୁଭବ ଓ ରଚନା ବାନାର୍ଜୀଙ୍କ ଡ୍ୟାନ୍ସ ପରଫରମାନ୍ସ ଓ ଗପସପ ଦେଖିବା ଅପେକ୍ଷାରେ ଅନେକ ପ୍ରଶଂସକ । ଏହି ସୋ ଜାନୁଆରୀ ୨୯ ତାରିଖ ଶନିବାର ରାତି ୯ ଟାରେ ପ୍ରସାରିତ ହେବ ।ଏହି ସୋ’ କୁ ଆସିଥିବାରୁ ନିଜକୁ ବହୁତ ଭାଗ୍ୟବାନ ମନେକରିଛନ୍ତି ରଚନା ।ମୁଁ ବହୁତ ଖୁସି ଓଡିଶାର ଲୋକମାନେ ମତେ ହୃଦୟରେ ଜାଗା ଦେଇଥିବାରୁ । ଓଡିଆ ଫିଲ୍ମରେ ମୋ ଅବଦାନକୁ ଆପଣମାନେ ମନେରଖିଥିବାରୁ ଆପଣଙ୍କ ନିକଟରେ ମୁଁ କୃତଜ୍ଞ ବୋଲି ରଚନା କହିଛନ୍ତି ।

ଅତିକମରେ ଓଲିଉଡରେ ରଚନା ବାନାର୍ଜୀ ୨୬ ଟି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଟିଛନ୍ତି । ଓଲିଉଡରେ ‘ନାରୀ ନୁହେଁ ତୁ ନାରାୟଣୀ’ ଓଡିଆ ଗୀତ ରାଧା ନାଚିବ ଗୀତରେ ତାଙ୍କର ଅଭିନୟ ଆଜି ଦର୍ଶକଙ୍କୁ ମତୁଆଲା କରିଛି । ପ୍ରଥେମେ ସେ ‘ସାଗର ଗଙ୍ଗା’ ଫିଲ୍ମରେ ଓଲିଉଡରେ ଡେବ୍ୟୁ କରିଥିଲେ । ଆଜି ବି ପ୍ରତ୍ୟେକ ଓଡିଆଙ୍କ ଗହଣରେ ବେଶ୍ ଲୋକପ୍ରିୟ ଅଭିନେତ୍ରୀର ଟାଇଟେଲ ହାସଲ କରିପାରିଛନ୍ତି ରଚନା ବାନାର୍ଜୀ ।

Comments are closed.