Latest Odisha News

BREAKING NEWS

‘ଆମେ ଏବେବି ବିବାହିତ, ଦୁଇଟି ଭିନ୍ନ ସହରରେ ରହୁଛୁ’ ଛାଡପତ୍ର ଗୁଜବ ଖଣ୍ଡନ କଲେ ରମ୍ୟା କ୍ରୀଷ୍ଣନ

ବ୍ୟୁରୋ: ଶେଷରେ ଗୁଜବକୁ ନେଇ ମୁହଁ ଖୋଲିଲେ ସାଉଥ ଅଭିନେତ୍ରୀ ରମ୍ୟା କ୍ରୀଷ୍ଣନ । ତେଲୁଗୁ ଫିଲ୍ମମେକର କ୍ରୀଷ୍ଣା ଭାମସୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ଖବରକୁ ଗୁଜବ ବୋଲି କହିଛନ୍ତି ବାହୁବଲୀ ଷ୍ଟାରର ରମ୍ୟା । ସେ ସ୍ପଷ୍ଟ କରିଛନ୍ତି, ସେମାନେ ପରସ୍ପରଠାରୁ ଅଲଗା ହୋଇନାହାନ୍ତିା ସେମାନେ କେବଳ ଅଲଗା ଅଲଗା ସହରରେ ରହୁଛନ୍ତିା କାହିଁକିର ଉତ୍ତର ଦେବା ସହ ତାଙ୍କ ବୈବାହିକ ଜୀବନ ଓ ସୁସମ୍ପର୍କ ପାଇଁ ଏହା ଲାଭଦାୟକ ହୋଇଛି ବୋଲି ସେ କହିଛନ୍ତି । ଆମେ ଏବେବି ବିବାହିତ ରହିଛୁ । କିନ୍ତୁ ଆମେ ଦୁଇଟି ଅଲଗା ଅଲଗା ସହରରେ ବେଶ ଖୁସିରେ ରହୁଛୁ ବୋଲି କହିଛନ୍ତି ରମ୍ୟା । ମୁଖ୍ୟ କାରଣ ହେଉଛି କାମ । ନିଜ ନିଜ କାମ ପାଇଁ ଅଲଗା ଅଲଗା ସହରରେ ରହିଛୁ ବୋଲି କହିଛନ୍ତି ସେ । ରମ୍ୟାଙ୍କ ଏହି ପ୍ରତିକ୍ରିୟା ତାଙ୍କ ବୈବାହିକ ଜୀବନରେ ସମସ୍ୟା ଥିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ।

ସୂଚନା ଅନୁସାରେ ଯେତେବେଳେ ରମ୍ୟା ଟିଭିରେ କାମ କରୁଥିଲେ ସେତେବେଳେ ପରିବାର ହାଇଦ୍ରାବାଦରେ ରହୁଥିଲେ ଏବଂ ପ୍ରତି ୧୫ଦିନରେ ଥିରେ ତାଙ୍କୁ ଚେନ୍ନାଇ କାମରେ ଯିବାକୁ ପଡୁଥିଲା । ଏହି ଯିବାଆସିବା ଭିତରେ ସେ ଘରେ ରହୁନଥିବା ବେଳେ ତାଙ୍କ ପୁଅ ଅସୁସ୍ଥ ହୋଇପଡୁଥିଲା । ଏ ବିଷୟରେ ଉଭୟ ସ୍ୱାମୀ କ୍ରୀଷ୍ଣା ଭାମସୀ ଓ ରମ୍ୟା ମିଳିତ ଭାବେ ଅଲଗା ଅଲଗା ସହରରେ ରହି କାମ କରିବାକୁ ନିଷ୍ପତ୍ତି ନେଇଥିବା ରମ୍ୟା ଖୁଲାସା କରିଛନ୍ତି । ଏବେ ସେମାନେ ଭଲ ବନ୍ଧୁ ହୋଇ ଯାଇଛନ୍ତି । ଏହି ଅଲଗା ରହିବା ଦ୍ୱାରା କମ୍ ମତଭେଦ ଏବଂ ନିଜ ନିଜ କ୍ୟାରିଅରକୁ ଆଗକୁ ନେବା ପାଇଁ ଅଧିକ ସମୟ ଏବଂ ସ୍ଥାନ ମିଳିଛି ବୋଲି କହିଛନ୍ତି ରମ୍ୟା ।

ରମ୍ୟା ଓ କ୍ରୀଷ୍ଣାଙ୍କର ୨୦୦୩ରେ ବିବାହ ହୋଇଥିଲା । ୧୯୯୮ରେ ତେଲୁଗୁ ଫିଲ୍ମ ଚନ୍ଦ୍ରଲେଖାରେ ଉଭୟ ମିଶି କାମ କରିଥିଲେ । ତାଙ୍କର ଗୋଟିଏ ପୁଅ ଅଛନ୍ତି, ଯାହାଙ୍କ ନାମ ରିତ୍ୱିକ । ରମ୍ୟା ତାମିଲ, ତେଲୁଗୁ, ମଲାୟାଲମ୍, କନ୍ନଡ ଓ ହିନ୍ଦୀ ସିନେମାରେ କ୍ୟାରିଅର ଗଢିଛନ୍ତି । ରଜନୀକାନ୍ତଙ୍କ ପାଦୟାପ୍ପାରେ ନୀଲାମ୍ବରୀ ଠାରୁ ନେଇ ବାହୁବଲୀରେ ଶିବଗାମୀ ଦେବୀ ପର୍ଯ୍ୟନ୍ତ ଖୁବ୍ ସୁନ୍ଦର ଓ ସଫଳ ଯାତ୍ରା ରହିଛି ତାଙ୍କର । ସେପଟେ କ୍ରୀଷ୍ଣ ଭାମସି ଗୁଲାବି, ନିନ୍, ପେଲାଡାଟା, ସିନେ୍ଧରାମ ଓ ମୁରାରୀ ଭଳି ତେଲୁଗୁ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.