ମୁମ୍ବାଇ: ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟକୁ କେନ୍ଦ୍ର କରି ବିବାଦ ଉପୁଜିବା ପରେ ଅଭିନେତା ରଣଦୀପ ହୁଡାଙ୍କୁ ମିଳିତ ଜାତିସଂଘର କନ୍ଜର୍ଭେସନ୍ ଅଫ୍ ମାଇଗ୍ରେଟୋରି ସ୍ପେସିଶ୍ ଅଫ୍ ୱାଇଲ୍ଡ ଆନିମଲ୍ସ (CMS)ର ବ୍ରାଣ୍ଡ୍ ଆମ୍ବାସାଡାର ପଦରୁ ହଟାଇ ଦିଆଯାଇଛି।
୨୦୧୨ ରେ ଏକ ମିଡିଆ ହାଉସ୍ ଦ୍ୱାରା ଆୟୋଜିତ ଏକ ଇଭେଣ୍ଟରୁ ୪୩ ସେକେଣ୍ଡ୍-କ୍ଲିପ୍ ସୋସିଆଲ୍ ମଡିଆରେ ଭାଇରାଲ୍ ହୋଇଥିଲା। ଏହି ଭିଡିଓରେ ରଣଦୀପ ହୁଡା ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ ଉପରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେବାା ସହ ଦର୍ଶକଙ୍କ ଗହଣରେ ହସୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।
ଏହାର ୱେବସାଇଟରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ ସିଏମ୍ଏସ୍ କହିଛି ଯେ ଭିଡିଓରେ ଥିବା ମନ୍ତବ୍ୟଗୁଡିକ ଆପତ୍ତିଜନକ ସେଥିପାଇଁ ହୁଡା ଆଉ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବେ ନାହିଁ।
ରଣଦୀପ ହୁଡାଙ୍କୁ ଫେବୃଆରୀ ୨୦୨୦ରେ ତିନି ବର୍ଷ ପାଇଁ CMS ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିଲା।
Comments are closed.