Latest Odisha News

BREAKING NEWS

ବିଜ୍ଞାନ କହୁଛି, ଏହି ଅଭିନେତା ସବୁଠାରୁ ସୁନ୍ଦର ପୁରୁଷ

ନୂଆଦିଲ୍ଲୀ: ୱେବସିରିଜ୍ ବ୍ରିଜଗେର୍ଟନର ଅଭିନେତା ରେଗେ ଜିନ ପେଜ୍ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦର ପୁରୁଷ। ବୈଜ୍ଞାନିକ ଗବେଷଣାରୁ ଏହି ସୂଚନା ମିଳିଥିବା ମେଟ୍ରୋ ୟୁକେ ଖବର ପ୍ରକାଶ କରିଛି। ଶରୀର ପୂର୍ଣ୍ଣତାକୁ ମାପୁଥିବା ଗ୍ରୀକ୍ ଗୋଲ୍‌ଡେନ ରେଶିଓ ଅଫ୍ ବ୍ୟୁଟି ଫି ଏହି ସୂଚନା ଦେଇଛି। ଶ୍ରୀ ପେଜ୍ଙ୍କର ଶାରିରୀକ ସଠିକତା ୯୩.୬୫ ପ୍ରତିଶତ ଠିକ୍ ରହିଛି।
ଏହି ପ୍ରସଙ୍ଗରେ ସେ ଅଷ୍ଟ୍ରେଲିୟ ଅଭିନେତା କ୍ରିସ୍ ହେମ୍ସଓର୍ଥଙ୍କୁ ପଛରେ ପକାଇ ଦେଇଛନ୍ତି। ହେମ୍ସଓର୍ଥଙ୍କ ଶରୀର ୯୩.୫୩ ପ୍ରତିଶତ ଠିକ୍ ରହିଛି। ତାଙ୍କ ପଛକୁ ଆମେରିକା ଆକ୍ଟର ମାଇକେଲ ବକରି ଜର୍ଡାନ ୯୩.୪୬ ପ୍ରତିଶତ ଚେହେରା ସହ ତୃତୀୟରେ ଥିବା ବେଳେ ବ୍ରିଟେନ୍ ସିଙ୍ଗର ହ୍ୟାରି ୯୨.୩୦ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଫେସିଆଲ୍ କସ୍‌ମେଟିକ ସର୍ଜନ ଡା. ଜୁଲିଆନ ଡି ସିଲ୍‌ଭା ନ୍ୟୁ କମ୍ପ୍ୟୁଟର ମ୍ୟାପିଂ ଟେକ୍ନିକ୍‌ ଜରିଆରେ ମାପି ଏହି ବିଶ୍ୱର ସୁନ୍ଦର ପୁରୁଷଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ପେଜ୍‌ଙ୍କର କ୍ଲାସିକ୍‌ ବ୍ୟୁଟିଫୁଲ ଫେସ୍ ଓ ସୁନ୍ଦର ଚମକଦାର ଆଖି ପାଇଁ ସୁନ୍ଦର ପୁରୁଷ ତାଲିକାରେ ତାଙ୍କୁ ଏକ ନମ୍ବର ସ୍ଥାନରେ ରଖାଯାଇଛି।

ପେଜ୍‌ଙ୍କର ଆଖିରେ ପୋଜିସନ ଓ ସ୍ଥିତି ପାଇଁ ସେ ଏ କ୍ଷେତ୍ରରେ ଅଧିକ ସ୍କୋର୍ କରିଛନ୍ତି। ତା ସହ ଉଚିତ୍ ଓଠ ସାଇଜରେ ବି ତାଙ୍କର ସ୍କୋର ଭଲ ରହିଥିଲା। ହେଲେ ନାକ ଟିକେ ଓସାରିଆ ଥିବାରୁ ସାମାନ୍ୟ ସ୍କୋର କମିଥିଲା ବୋଲି ଡି ସିଲ୍‌ଭା କହିଛନ୍ତି।

Comments are closed.