Latest Odisha News

BREAKING NEWS

ହସ୍ପିଟାଲରେ ଭର୍ତ୍ତି ହେଲେ ସୈଫ, ଆଣ୍ଠୁ ଓ କାନ୍ଧରେ ଲାଗିଛି ଗଭୀତ ଆଘାତ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ସୈଫ ଅଲି ଖାନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ସୈଫଙ୍କୁ ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ,ତାଙ୍କ ଆଣ୍ଠୁ ଏବଂ କାନ୍ଧରେ ଆଘାତ ଲାଗିଛି । ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର କରାଯାଇଥିବା କୁହାଯାଉଛି ।

ତେବେ ସୈଫ କିପରି ଆହତ ହୋଇଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । ହସ୍ପିଟାଲରେ ପତ୍ନୀ କରୀନା କପୁର ଖାନ ସୈଫଙ୍କ ସହ ଉପସ୍ଥିତ ଥିବା ନଜର ଆସିଛନ୍ତି ।

ବର୍ତ୍ତମାନ ସୈଫ ଅଲି ଖାନ ଦକ୍ଷିଣ ଫିଲ୍ମ ‘ଦେବାରା’ ରେ କାମ କରୁଛନ୍ତି । ଏଥିରେ ସେ ବହିରା ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜୁନିଅର NTR ନଜର ଆସିବେ । ଏଥିରେ ଜାନଭୀ କପୁର ମଧ୍ୟ ଅଛନ୍ତି । ଫିଲ୍ମ ଟିରେ ଜବରଦସ୍ତ ଆକ୍ସନ୍ ଦେଖିବାକୁ ମିଳିବ ।

ତେବେ ଏହି ଫିଲ୍ମ ର ସୁଟିଂ ସମୟରେ ସୈଫ ଅଲି ଖାନ ଆହତ ହୋଇଥିବା ସନ୍ଦେହ କରାଯାଉଛି ।ହେଲେ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଏସମ୍ପର୍କରେ ସୋସିଆଲ ମିଡିଆରେ ମଧ୍ୟ ଉଭୟ ସୈଫ ଓ କରୀନା କୌଣସି ପୋଷ୍ଟ କରିନାହାନ୍ତି ।

Leave A Reply

Your email address will not be published.