Latest Odisha News

BREAKING NEWS

ବାସଭବନରେ ରହି ଭର୍ଚ୍ଚୁଆଲ ମାଧ୍ୟମରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମନ୍ଦିରରେ ବିଜେ କରିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ସମସ୍ତ ରିତିନୀତି ଓ ପୂଜା ବିଧାନ ସହ ଶେଷ ହେଲା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଆଜି ପୂର୍ଣ୍ଣ ହେଲା କୋଟି କୋଟି ଭକ୍ତଙ୍କ ମନୋକାମନା । ଆଜିର ଏହି ଉତ୍ସବରେ ସାରା ଦେଶ ହୋଇଯାଇଛି ରାମ ମୟ । ଗଗନ ପବନ ଗାଉଛି ରାମ ବନ୍ଦନା ।

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନଯାଇପାରିଲେ ମଧ୍ୟ ସମଗ୍ର ଦେଶବାସୀ ନିଜ ନିଜ ଟିଭି ଓ ସୋସିଆଲ ମିଡିଆ ମାଧ୍ୟମରେ ଏହି ପବିତ୍ର ମୁହୁର୍ତ୍ତକୁ ଦେଖି ଦିବ୍ୟ ଆନନ୍ଦ ଲାଭ କରିଛନ୍ତି । ପ୍ରତ୍ୟେକ ମୂହୂର୍ତ୍ତ ଲାଇଭ ମାଧ୍ୟମରେ ସାରା ଦେଶର ଲୋକଙ୍କ ପାଖରେ ପହଞ୍ଚିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାସଭବନରେ ରହି ଭର୍ଚୁଆଲରେ ଲାଇଭ ଦର୍ଶନ କରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି । ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ଲାଇଭ ଦେଖିବା ସହ ମୁଖ୍ୟମନ୍ତ୍ରୀ ଦୁଇ ହାତ ଯୋଡି ପ୍ରଭୁ ରାମଲଲାଙ୍କୁ ନମସ୍କାର କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.