ମୁମ୍ବାଇ: ସାରଭାଇ ଭର୍ସେସ ସାରାଭାଇ ଫେମ ଅଭିନେତା ସତୀଶ ଶାହଙ୍କ ପରଲୋକ ହୋଇଯାଇଛି । ଫିଲ୍ମ ନିର୍ଦ୍ଦେଶକ ଅଶୋକ ପଣ୍ଡିତ ଏହି ଦୁଃଖଦ ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି । କିଡନୀ ଫେଲ୍ୟୁର ଯୋଗୁ ତାଙ୍କ ମୃତ୍ୟୁ ଘଟିଥିଲା । ସେ ଦୀର୍ଘ ଦିନ ହେବ ଅସୁସ୍ଥ ରହୁଥିଲେ । ଜଣେ ଭଦ୍ର ବ୍ୟକ୍ତି ଓ ଭଲ ଅଭିନେତା ଭାବେ ସେ ସମସ୍ତଙ୍କର ଅତି ପ୍ରିୟ ଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ଆସରାନୀ ଓ ସତୀଶଙ୍କ ପରଲୋକ ଖବରରେ ପ୍ରଶଂସକମାନେ ଭାଙ୍ଗି ପଡିଛନ୍ତି । ସତୀଶ ଜଣେ କମେଡିଆନ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।
୨୫ ଜୁନ ୧୯୫୧ରେ ଜନ୍ମିତ ସତୀଶ ପିଲାବେଳୁ ଅଭିନୟ ପ୍ରତି ଆକୃଷ୍ଟ ଥିଲେ । ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ସେ ଅଭିନୟର ଶିକ୍ଷା ନେଇଥିଲେ । ସେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଦୋ ୟାରୋଁ, ମାସୁମ, କଭି ହାଁ କଭି ନାଁ, ହମ ଆପକେ ହୈ କୌନ, ଦିଲୱାଲେ ଦୁଲହନିୟାଁ ଲେ ଜାଏଙ୍ଗେ, କଲ ହୋ ନା, ଓମ ଶାନ୍ତି ଓମ, ମେଁ ହୁ ନା, ରାୱାନ, ଚଲତେ ଚଲତେ ଓ ମୁଝସେ ଶାଦୀ କରୋଗୀ ପରି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି ।
Comments are closed.