Latest Odisha News

BREAKING NEWS

କରୋନା ଆକ୍ରାନ୍ତ ହେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଟେଲି ଆକ୍ଟର ସୁରଜ

ନୂଆଦିଲ୍ଲୀ: ଟେଲିଭିଜନ କଳାକାର ସୁରଜ ଥପଡ କରୋନା ଆକ୍ରାନ୍ତ ହେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ମୁମ୍ବାଇରେ କରୋନାର ଭୟଙ୍କର ଗତିକୁ ଦେଖି ଅନେକ ଟେଲିଭିଜନ ଧାରାବାହିକଗୁଡ଼ିକର ସୁଟିଂ ଅନ୍ୟ ସ୍ଥାନରେ କରାଯାଉଛି।  ଟେଲି ଧାରାବାହିକ ‘ସୌର୍ଯ୍ୟ ଔର୍‌ ଅନୋଖୀ କୀ କାହାନୀ’ରେ ସୁଟିଂ ପାଇଁ ସୁରଜ ଗୋଆ ଯାଇଥିଲେ।

ମୁମ୍ବାଇ ଫେରିବା ପରେ ସେ କୋଭିଡ୍‌ ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କରୋନାର ଉଚ୍ଚ ଲକ୍ଷଣ ଦେଖାଯିବା ପରେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସୁରଜଙ୍କ ଜଣେ ଘନିଷ୍ଠ ବନ୍ଧୁ ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇଛନ୍ତି ଯେ ସୁରଜଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

Comments are closed.