Latest Odisha News

ନିଜ ଦଳର ଲୋଗୋ ଉନ୍ମୋଚନ କଲେ ଥାଲାପଥି

ଚେନ୍ନାଇ: ତାମିଲ ସିନେମା ମେଗାଷ୍ଟାର ବିଜୟ ଫ୍ୟାନ୍ସଙ୍କ ଗହଣରେ ‘ଥାଲାପଥି’ ଭାବରେ ଜଣାଶୁଣା।

ସେ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିଛନ୍ତି। ଏହାପୂର୍ବରୁ ଫେବୃଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ‘ତାମିଜାଗା ଭେଟ୍ରିକାଜାଗାମ’ (ଟିଭିକେ) ଗଠନ ପାଇଁ ଘୋଷଣା କରିଥିଲେ। ଗୁରୁବାର ଦିନ ସେ ଚେନ୍ନାଇର ପାୟାନୁରସ୍ଥିତ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ପାର୍ଟି ପତାକା ଏବଂ ଲୋଗୋ ଉନ୍ମୋଚନ କରିଛନ୍ତି।

ତେବେ ତାମିଲନାଡୁ ରାଜନୀତିରେ ସିନେ ତାରକାଙ୍କ ପ୍ରବେଶ କିଛି ନୂଆକଥା ନୁହେଁ। ଏମ. ଜି ରାମଚନ୍ଦ୍ରନ (ଏମ.ଜି.ଆର), ଜୟଲଳିତା ଏବଂ ଶିବାଜୀ ଗଣେଶନ, ରଜନୀକାନ୍ତ, କମଲ ହାସନ ଏବଂ ବିଜୟକାନ୍ତ ଭଳି ଅନେକ ସୁପରଷ୍ଟାର ମାନେ ସୁନେଲି ପରଦାରୁ ରାଜନୀତିର ମଞ୍ଚକୁ ଓହ୍ଲାଇଛନ୍ତି। ଏହି ଲିଷ୍ଟରେ ଏବେ ଥାଲପଥି ବିଜୟଙ୍କ ନାମ ମଧ୍ୟ ସାମିଲ ହୋଇଯାଇଛି।

 

Comments are closed.