Latest Odisha News

BREAKING NEWS

ଲୋକପ୍ରିୟ ଟିଭି ଅଭିନେତା ବିକାଶ ସେଠୀଙ୍କ ଦେହାନ୍ତ

ମୁମ୍ବାଇ: ୪୮ ବର୍ଷରେ ଆଖି ବୁଜିଲେ ଲୋକପ୍ରିୟ ଟିଭି ଅଭିନେତା ବିକାଶ ସେଠୀ। ଶନିବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ‘କସୌଟି ଜିନ୍ଦଗୀ କି’ ଏବଂ ‘କ୍ୟୁଙ୍କି ଶାଶ୍‌ ଭି କଭି ବହୂ ଥି’ଆଦି ଲୋକପ୍ରିୟ ଟିଭି ସିରିଏଲ୍‌ରେ ସେ ଅଭିନୟ କରିଛନ୍ତି।

ନିଦରେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଆର୍ଥିକ ସମସ୍ୟାକୁ ନେଇ ସେ ଚିନ୍ତିତ ଥିଲେ। ସୂଚନା ଅନୁସାରେ ବିକାଶ ରାତିରେ ଶୋଇଥିଲେ। ସକାଳେ ସେ ଯେତେବେଳେ ଉଠି ନଥିଲେ, ପତ୍ନୀ ତାଙ୍କୁ ତୁରନ୍ତ ଧରି ହସ୍ପିଟାଲ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିନେତାଙ୍କ ନିଧନ ଖବର ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଟିଭି ଇଣ୍ଡଷ୍ଟ୍ରୀରେ ମଧ୍ୟ ଶୋକର ଛାଇ ଖେଳିଯାଇଛି।

ଟେଲିଭିଜନ ଶୋ’ ବ୍ୟତୀତ ବିକାଶ କରଣ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍‌’ରେ ରବି ଭୂମିକାରେ ଅନିଭୟ କରିଥିଲେ । ଫିଲ୍ମରେ ମଧ୍ୟ ତାଙ୍କୁ ଖୁବ୍‌ ପସନ୍ଦ କରାଯାଉଥିଲା । ବିକାଶ ସେଠୀ ହେଉଛନ୍ତି ୯୦ ଦଶକର ଲୋକପ୍ରିୟ ଆକ୍ଟରଙ୍କ ମଧ୍ୟରୁ ଅନ୍ୟତମ । ସେ ‘କହିଁ ତୋ ହୋଗା’, ‘ସସୁରାଲ୍‌ ସିମର କା’, ‘ଖୁସ୍ତାଖ ଦିଲ୍‌’ ଏବଂ ‘ଉତରନ୍‌’ ଭଳି ଅନେକ ପପୁଲାର୍‌ ଶୋ’ରେ କାମ କରିଥିଲେ ।

Comments are closed.