Latest Odisha News

BREAKING NEWS

ମଦ ପିଇ ଏୟାରପୋର୍ଟରେ ହଙ୍ଗାମା, ଅଭିନେତାଙ୍କୁ ବାନ୍ଧିଲା ପୋଲିସ

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ମାଲାୟାଲମ୍ ଅଭିନେତା ବିନୟକନଙ୍କୁ ଗିରଫ କରାଯାଇଛି। ରଜନୀକାନ୍ତଙ୍କ ଫେମସ୍ ଫିଲ୍ମ ‘ଜେଲର’ରେ ସେ ଭିଲେନ ଭୂମିକାରେ ଅଭିନୟ କରିଥିଲେ।

ସୂଚନା ଅନୁଯାୟୀ, ବିନୟକନ ନିଶାସକ୍ତ ଅବସ୍ଥାରେ ବିମାନବନ୍ଦରରେ ହଙ୍ଗାମା କରିଥିଲେ। ଏହି ଅଭିନେତା କୋଚିରୁ ହାଇଦ୍ରାବାଦ ଦେଇ ଗୋଆ ଯାଉଥିଲେ। ସେ ମଦ୍ୟପାନ କରି ସହ-ଯାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଲୋକଙ୍କ ଅଭିଯୋଗ କ୍ରମେ ସିଆଇଏସ୍ଏଫ୍ ଯବାନ ତାଙ୍କୁ ଗିରଫ କରିଥିଲେ। ପରେ ଅଭିନେତାଙ୍କୁ ବିମାନବନ୍ଦରରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ବିନୟକନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୋସିଆଲ ମିଡିଆରେ ଏହି ମାଲାୟାଲମ ଅଭିନେତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ବିମାନବନ୍ଦର ଚଟାଣରେ ବିନା ସାର୍ଟରେ ବସିଥିବାର ନଜର ଆସିଛନ୍ତି।

ତେବେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ଫିଲ୍ମ ‘କମ୍ମତିପାଦମ୍’ ପାଇଁ ଅଭିନେତାଙ୍କୁ ‘କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ରେ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

 

 

Comments are closed.