Latest Odisha News

BREAKING NEWS

ଆସୁଛି ବାୟୋପିକ୍ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦୀ’, ମୋଦୀଙ୍କ ଭୁମିକାରେ ବିବେକ ଓବରୟ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବାୟୋପିକ ଫିଲ୍ମ ଚଳିତ ଜାନୁଆରୀ ମାସରେ ଖୁବ୍ ଶିଘ୍ର ନିର୍ମିତ ହେବାକୁ ଯାଉଛି । ମୋଦୀଙ୍କ ଭୁମିକାରେ ବଲିଉଡ଼ ଆକ୍ଟର୍ ବିବେକ ଓବରୟ ଅଭିନୟ କରିବେ ବୋଲି ମଧ୍ୟ ରାଜି ହୋଇଛନ୍ତି ।

ଦେଶରେ ସାଧାରଣ ନିର୍ବାଚନର ବିଗୁଲ୍ ବାଜିବା ସହିତ ୨୩ଟି ଭାଷାରେ ଭାରତୀୟ ରାଜନୀତିର ଅନ୍ୟତମ କର୍ଣ୍ଣଧାର ‘ପିଏମ ନରେନ୍ଦ୍ର ମୋଦୀ’ ପରି ବାୟୋପିକ ନିର୍ମାଣ ଖବରର ଚର୍ଚ୍ଚା ଏବେ ବଲିଉଡ଼ରେ ବେଶ୍ ଆଲୋଚିତ ହେବାରେ ଲାଗିଛି । ଏହି ବାୟୋପିକ ଫିଲ୍ମର ପୋଷ୍ଟର ମଧ୍ୟ ଜାନୁଆରୀ ୭ ତାରିଖରେ ରିଲିଜ୍ ହେବାର ଯୋଜନା ପ୍ରସ୍ତୁତ ହୋଇଛି । ତେଣୁ ମୋଦୀଙ୍କ ଜୀବନୀକୁ ନେଇ ବାୟୋପିକ୍ ଫିଲ୍ମର ନିର୍ମାଣ ଏକରକମ ଚୂଡ଼ାନ୍ତ ହୋଇସାରିଛି କହିଲେ ଚଳେ ।

ସବୁଠାରୁ ବଡ଼କଥା ହେଲା ମୋଦୀଙ୍କ ଜୀବନୀକୁ ନେଇ ନିର୍ମିତ ହେଉଥିବା ଏହି ବାୟୋପିକ୍ ଫିଲ୍ମଟିର ନିର୍ଦ୍ଦେଶନା ବଲିଉଡ଼ର ସଫଳ ନିର୍ଦ୍ଦେଶକ ଉମଙ୍ଗ୍ କୁମାର ନିର୍ଦ୍ଦେଶନା ଦେବେ । ତେବେ ପୂର୍ବରୁ ଚର୍ଚ୍ଚିତ ଫିଲ୍ମ ‘ମେରୀ କମ୍’ ଏବଂ ‘ସରବଜିତ୍’ ଫିଲ୍ମର ନିର୍ଦ୍ଦେଶନା ଦେଇ ରାତାରାତି ବଲିଉଡ଼ରେ ପ୍ରସିଦ୍ଧି ଲାଭ କରିପାରିଛନ୍ତି ନିର୍ଦ୍ଦେଶକ ଉମଙ୍ଗ୍ କୁମାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀକୁ ନେଇ ଏହି ‘ପିଏମ୍ ନରେନ୍ଦ୍ର ମୋଦୀ’ ଫିଲ୍ମ ସମ୍ପର୍କରେ ଶୁକ୍ରବାର ଦିନ ବିଶିଷ୍ଟ ବଲିଉଡ଼ ଫିଲ୍ମ ବ୍ୟବସାୟ ବିଶ୍ଳେଷକ ତରନ ଆଦର୍ଶ ଟ୍ୱିଟ୍ଟ୍ କରି ନିଶ୍ଚିତତା ପ୍ରକାଶ କରିଛନ୍ତି । ଆଦର୍ଶ ଟ୍ୱିଟ୍ଟ୍ କରି କହିଛନ୍ତି, “ଏହା ସମ୍ପୂର୍ଣ୍ଣ ଅଫିସିଆଲ…ଏହି ବାୟୋପିକ୍ ଫିଲ୍ମରେ ମୋଦୀ ଭୂମିକାରେ ବିବେକ ଓବରୟ ଅଭିନୟ କରିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ପ୍ରସିଦ୍ଧ ବଲିଉଡ଼ ନିର୍ଦ୍ଦେଶକ ଉମଙ୍ଗ୍ । ଫିଲ୍ମର ପ୍ରଡ୍ୟୁସର୍ ସନ୍ଦୀପ ସିଂହ । ଆସନ୍ତା ଜାନୁଆରୀ ୭ ତାରିଖ ୨୦୧୯ ରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର୍ ରିଲିଜ୍ ହେବ । ସୁଟିଂ କାର୍ଯ୍ୟ ଜାନୁଆରୀର ମଧ୍ୟଭାଗରେ ଆରମ୍ଭ ହୋଇଯିବ ।”

ଏହି ପୋଷ୍ଟରଟିକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫନନାଭିସ ୨୩ଟି ଭିନ୍ନ ଭିନ୍ନ ଭାଷାରେ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

ତାଙ୍କୁ ଯେେବେଳେ ନିର୍ମାତା ଏହି ଫିଲ୍ମର ନିର୍ମାଣ ସମ୍ପର୍କରେ ପଚାରିଲେ ସେ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ ମଧ୍ୟ ।

ସାଉଥ ମୁମ୍ବାଇର ଗାରୱାର କ୍ଲବ ହାଉସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହାବ୍ୟତୀତ, ସେହିଦିନ ହିଁ ଏହି ଫିଲ୍ମର ରିଲିଜିଂ ତାରିଖର ମଧ୍ୟ ଘୋଷଣା ହେବ ବୋଲି ନିଷ୍ପତ୍ତି ହୋଇଛି ।

ଏହି ‘ପିଏମ୍ ନରେନ୍ଦ୍ର ମୋଦୀ’ ଫିଲ୍ମର ନିର୍ମାଣକୁ ନେଇ ଗତ ତିନିବର୍ଷ ହେଲା କାର୍ଯ୍ୟ ମଧ୍ୟ ଚାଲିଛି । ଏହି ଫିଲ୍ମର ଉଭୟ ପ୍ରଡ୍ୟୁସର ଏବଂ ନିର୍ଦ୍ଦେଶକ ସନ୍ଦୀପ ସିଂହ ଏବଂ ଉମଙ୍ଗ କୁମାର ମଧ୍ୟ ସାଥୀ ହୋଇ ଚର୍ଚ୍ଚିତ ବାୟୋପିପ୍ ‘ସରବଜିତ ସିଂହ’ ନିର୍ମାଣ କରିଥିଲେ । (ସୌଜନ୍ୟ-ନ୍ୟୁଜ୧୮)

Leave A Reply

Your email address will not be published.