Latest Odisha News

BREAKING NEWS

ଚିଲିକାରେ ସରିଲା ପକ୍ଷୀ ଗଣନା, ବଢିଛି ବିଦେଶାଗତ ପକ୍ଷୀଙ୍କ ଆଗମନ

ବାଲୁଗାଁ : ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନାରେ ପ୍ରାୟ ଦେଢ଼ ଲକ୍ଷ ଅଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି ।

ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ ଚିଲିକାରେ ପାଖାପାଖି ୧୮୧ ପ୍ରଜାତି ମଧ୍ୟରେ ସମୁଦାୟ ୧୦,୪୭,୯୬୮ଟି ବିଦେଶୀ ପକ୍ଷୀ ରହିଛନ୍ତି । ଗତବର୍ଷ ଏହି ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦ ଥିବା ବେଳେ ତା ତୁଳନାରେ ଚଳିତ ବର୍ଷ ୧ ଲକ୍ଷ ୫୪ ହଜାର ୫୭୮ ବୃଦ୍ଧି ପାଇଛି।

ଆହୁରୀ ମଧ୍ୟ ନଳବଣରେ ପାଖାପାଖି ୩ ଲକ୍ଷ ୯୩ ହଜାର ୫୪୧ଟି ପକ୍ଷୀ ଅଛନ୍ତି। ଗତବର୍ଷ ଏହି ସଂଖ୍ୟା ୩ ଲକ୍ଷ ୨୦ ହଜାର ୮୨୬ ରହିଥିଲା ବେଳେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୭୨,୭୧୫ଟି ଅଧିକ ପକ୍ଷୀଙ୍କର ଆଗମନ ହୋଇଛି।

ଏହି ରିପୋର୍ଟ ଅନୁଯାୟୀ ଗତ ଦଶ ବର୍ଷ ମଧ୍ୟରେ ଚଳିତ ବର୍ଷ ଚିଲିକାରେ ସର୍ବାଧିକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଜଣା ପଡ଼ିଛି।

ଏହି ପକ୍ଷୀ ଗଣନାରେ ୨୧ଟି ଟିମ୍ ସାମିଲ ହୋଇଥିଲା ବେଳେ ଶୁକ୍ରବାର ଦିନ ୱାଇଲ୍ଡ୍ ଲାଇଫ୍ ଚିଲିକାର ୫ଟି ଡିଭିଜନରେ ୧୦୦ ଜଣ ବନ କର୍ମଚାରୀ ନିୟୋଜିତ ହୋଇଥିଲେ । ।

Leave A Reply

Your email address will not be published.