Latest Odisha News

BREAKING NEWS

ଗୌରୀଙ୍କୁ ୩ ଥର ବିବାହ କରିଥିଲେ ଶାହାରୁଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଓ ଗୌରୀଙ୍କ ପ୍ରେମ କାହାଣୀ କିଏ ବା ନ ଜାଣେ । ଉଭୟ ସେମାନଙ୍କ ପ୍ରେମକୁ ସାକାର କରିବା ସହ ୩୨ ବର୍ଷ ହେବ ସୁଖଦ ବୈବାହିକ ଜୀବନ ଅତିବାହିତ କରୁଛନ୍ତି । ତେବେ ନିକଟରେ ଶାହାରୁଖଙ୍କ ବନ୍ଧୁ ବିବେକ ବାସୱାନୀ ଉଭୟଙ୍କ ବିବାହ ନେଇ ଏକ ମଜାଦାର ଖୁଲାସା କରିଛନ୍ତି । ୬ ବର୍ଷ ଭଲ ପାଇବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବେକ କହିଛନ୍ତି ଶାହାରୁଖ ଗୋଟିଏ ଦିନରେ ଗୌରୀଙ୍କୁ ୩ ଥର ବିବାହ କରିଥିଲେ । ସେମାନେ ପ୍ରଥମେ କୋର୍ଟ ମ୍ୟାରେଜ କରିଥିଲେ ।

ଏହା ପରେ ନିକାହ ଏବଂ ଶେଷରେ ହିନ୍ଦୁ ରୀତି ନୀତିରେ ଉଭୟ ବିବାହ କରିଥିଲେ । ଶାହାରୁଖ ନିଜ ଜୀବନଠାରୁ ଗୌରୀଙ୍କୁ ଅଧିକ ଭଲ ପାଉଥିଲେ । ଦୁଃଖର କଥା ବିବାହ ପରେ ଶାହାରୁଖ ସଙ୍ଗେ ସଙ୍ଗେ ହନୀମୁନ ପାଇଁ ବାହାରକୁ ଯାଇପାରି ନ ଥିଲେ । କିଛି ଦିନର ଶୁଟିଂ ଶେଷ ହେବା ପରେ ଉଭୟ ଫାଇଭ ଷ୍ଟାର ହୋଟେଲରେ ୫ ଦିନ ପାଇଁ ରୁମ ବୁକ କରିଥିଲେ । ବିବେକ ସେମାନଙ୍କ ୩ଟି ଯାକ ବିବାହ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.