Latest Odisha News

BREAKING NEWS

ଏକାଠି ହେବେ ହ୍ରିତିକ ଓ ଦୀପିକା !

ମୁମ୍ବାଇ: ଶୀର୍ଷକ ଶୁଣି ଚମକିଲେ କି? ନା ନା, ରିଅଲ ଲାଇଫରେ ନୁହେଁ, ରିଲ ଲାଇଫରେ ଏକାଠି ହେବାକୁ ଯାଉଛନ୍ତି ହ୍ରିତିକ ଓ ଦୀପିକା । ପ୍ରଥମ ଥର ପାଇଁ ଉଭୟେ ଗୋଟିଏ ଫିଲ୍ମରେ କାମ କରିବେ ! ଫରାହ ଖାନଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଏହି ଯୋଡି ନଜର ଆସିବା ନେଇ ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ ‘ସତ୍ତେ ପେ ସତ୍ତା’ର ପ୍ରଯୋଜନା ଦାୟିତ୍ୱ ରୋହିତ ସେଟ୍ଟୀ ସମ୍ଭାଳିଛନ୍ତି । ଶାହାରୁଖ, ସଲମାନ ଏବଂ ଅକ୍ଷୟ କୁମାରଙ୍କ ଭଳି ଅନେକ ଷ୍ଟାରଙ୍କୁ ଏହି ଫିଲ୍ମ ଅଫର କରାଯାଇଥିବା ବେଳେ ନିର୍ଦେଶିକା ଫାରହା ହ୍ରିତିକଙ୍କୁ କାଷ୍ଟ କରିବେ ବୋଲି ଜଣା ପଡ଼ିଛି । ହ୍ରିତିକଙ୍କ ବିପକ୍ଷରେ ନାୟିକା ପାଇଁ ଦୀପିକାଙ୍କୁ ମନୋନିତ କରାଯାଇଛି ।

ଯଦି ଏହି ଖବର ସତ ହୁଏ, ତେବେ ଦର୍ଶକ ପ୍ରଥମ କରି ପରଦାରେ ଏହି ନୂଆ ଯୋଡ଼ିକୁ ସାଥୀରେ ଦେଖିବାର ସୁଯୋଗ ପାଇବେ ।

ତେବେ ହ୍ରିତିକ ଏବେ ନିଜର ଫିଲ୍ମ ସୁପର-୩୦କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମଟି ଜୁଲାଇ ୧୨ରେ ରିଲିଜ୍‌ ହେବାକୁ ଯାଉଛି ।

Leave A Reply

Your email address will not be published.