Latest Odisha News

BREAKING NEWS

୧୦୧ ବର୍ଷ ବୟସରେ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମାର୍ଜ ଚାମ୍ପିଅନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମାର୍ଜ ଚାମ୍ପିଅନ୍‌ଙ୍କର ଲସ୍‌ ଏଞ୍ଜେଲସରେ ୧୦୧ ବର୍ଷ ବୟସରେ ପରଲୋକ ହୋଇଛି। ମାର୍ଜ ୱାଲ୍ଟ ଡିଜ୍‌ନି ପ୍ରସିଦ୍ଧ ସ୍ନୋ ହ୍ୱାଇଟ୍‌ ଏବଂ ସେଭେନ୍ ଡ୍ବାର୍ଫସ୍‌ରେ ଜଣେ ମଡେଲ୍ ଥିଲେ।

ମାର୍ଜ ଏବଂ ଆମେରିକାନ୍‌ ଆକ୍ଟର ଗୋଭର୍‌ଙ୍କ ଯୋଡି ସେ ସମୟରେ ବେଶ୍‌ ହିଟ୍ ଥିଲା। ମାର୍ଜ ଏବଂ ଗୋଭର ଟିଭି ଶୋ’ରେ ବ୍ରଡ୍‌ୱେ ମ୍ୟୁଜିକାଲ୍ ଏବଂ ଜର୍ଜ ସିଡନୀଙ୍କ ଚଳଚ୍ଚିତ୍ର ସ୍ନୋ ବୋଟ୍‌ରେ ଏକାଠି ନଜର ଆସିଥିଲେ। ଏହି ଯୋଡି ମିଷ୍ଟର ମ୍ୟୁଜିକ୍‌ (୧୯୫୦), ଲଭ୍‌ଲି ଟୁ ଲୁକ୍ (୧୯୫୨), ଗିଭ୍‌ ଏ ଗର୍ଲ ଏ ବ୍ରେକ୍ (୧୯୫୩) ଏବଂ ଜୁପିଟର୍‌ ଡାର୍ଲିଂ (୧୯୫୫) ରେ ଏକାଠି ଦେଖିବାକୁ ମିଳିଥିଲା ।

ମାର୍ଜ ଚାମ୍ପିଅନ୍ ୧୯୧୯ ରେ ଜନ୍ମଗ୍ରହଣ କରିଥିଲେ। ମାତ୍ର୧୪ ବର୍ଷ ବୟସରେ, ମାର୍ଜ କାମ କରିବା ଆରମ୍ଭ କରିଥିଲେ। ସେହି ସମୟରେ ସେ ଦିନ ପିଛା ୧୦ ଡଲାର ପାଉଥିଲେ। ମାର୍ଜ ୧୯୪୭ରେ ଗୋଭରଙ୍କୁ ବିବାହ କରିଥିଲେ। କିନ୍ତୁ ୧୯୭୩ରେ ସେମାନଙ୍କର ଛାଡପତ୍ର ହୋଇଥିଲା।

 

Leave A Reply

Your email address will not be published.