Latest Odisha News

ବଲିଉଡରେ ଅଲ୍‌-ରାଉଣ୍ଡର ହେବାକୁ ଚାହୁଁଛନ୍ତି କାର୍ତ୍ତିକ !

ମୁମ୍ବାଇ: ସୋନୁ କେ ଟିଟୁ କି ସ୍ୱିଟି ହେଉ କି ପ୍ୟାର୍ କି ପଂଚନାମା । ବଡ ପରଦାରେ ଲୋକେ କାର୍ତ୍ତିକଙ୍କୁ ପସନ୍ଦ କରିବା ପରଠାରୁ ତାଙ୍କ ଚାହିଦା ଆକାଶଛୁଆଁ । ତାଜା ସ୍ଥିତିରେ ଏହି ଅଭିନେତାଙ୍କ ହାତରେ ଅଧା ଡଜନ ଭଳି ଫିଲ୍ମ ରହିଛି । ଏତିକି ଫିଲ୍ମର ସୁଟିଂ ନସରୁଣୁ ତାଙ୍କ ପାଖକୁ ଏକ ଥ୍ରୀଲର୍ କୋରିଆନ୍ ମୁଭିର ରିମେକ୍ ଭର୍ସନରେ ଅଭିନୟ କରିବାକୁ ଅଫର ମିଳିଛି ।

ଭୁଲ୍ ଭୁଲୈୟା-୨ ଓ ଦୋସ୍ତାନା-୨ ଭଳି ଫିଲ୍ମ ସହ ଅନେକ ଅଘୋଷିତ ପ୍ରୋଜେକ୍ଟ କାର୍ତ୍ତିକଙ୍କ ହାତରେ ରହିଛି । ତେବେ ନିର୍ଦ୍ଦେଶକ ରାମ ମାଧୱନୀ ତାଙ୍କୁ ଏକ ଥ୍ରୀଲର ଫିଲ୍ମର ଅଫର ଦେଲା ପରେ ସେ ଅଭିନୟ କରିବା ନେଇ ହଁ ଭରିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ମାଧୱନୀଙ୍କଠାରୁ ସ୍କ୍ରିପ୍ଟ ଶୁଣିବା ପରେ କାର୍ତ୍ତିକ ଥ୍ରୀଲର ଫିଲ୍ମରେ ଅଭିନୟ କରିବା ନେଇ ଆଗଭର ହୋଇଥିଲେ ।

ସବୁବେଳେ ରୋମାଣ୍ଟିକ ଓ କମେଡି ଫିଲ୍ମରେ ନଜର ଆସୁଥିବା କାର୍ତ୍ତିକ ଏକ ଥ୍ରୀଲର ଫିଲ୍ମର ଅଫରକୁ ଚାହିଁ ବସିଥିଲେ । ଫିଲ୍ମଟି ଏକ କୋରିଆନ୍ ମୁଭିର ରିମେକ୍ ଭର୍ସନ ଭାବେ ନିର୍ମିତ ହେବ । ତେବେ ଟାଇଟଲ କି ଫିମେଲ ଲିଡ୍ ବିଷୟରେ କୌଣସି ସୂଚନା ମିଳିନି । ଡିସେମ୍ବରରେ ଏହି ଫିଲ୍ମର ସୁଟିଂ ମାତ୍ର ୫୦ଦିନରେ ପୂରଣ କରିବାକୁ ନିର୍ଦ୍ଦେଶକ ମାଧୱନୀ ଯୋଜନା କରିଛନ୍ତି । ଏପରିକି ଏହି ଫିଲ୍ମଟି ଭୁଲ୍ ଭୁଲୈୟା-୨ ଓ ଦୋସ୍ତାନା-୨ ପୂର୍ବରୁ ରିଲିଜ୍ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.