Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ଅପସରା, ଭିଡିଓ ଭାଇରାଲ

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତଥା ଓଡ଼ିଆ ଝିଅ ଅପସରା ରାଣୀ । ଏଥର କିନ୍ତୁ କୌଣସି ଫିଲ୍ମକୁ ନେଇ ନୁହେଁ ତାଙ୍କ ଡ୍ୟାନ୍ସକୁ ନେଇ ସେ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଅପସରାଙ୍କ ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।

ଏହି ଭିଡିଓରେ ଅପସରାଙ୍କ ଅଜବ ଡ୍ୟାନ୍ସ ଦେଖିବାକୁ ମିଳିଛି । ରାମ ଗୋପାଳ ବର୍ମାଙ୍କ ହରର ସସ୍‌ପେନ୍ସ ଫିଲ୍ମକୁ ନେଇ ସେ ଲାଇମଲାଇଟକୁ ଆସିଥିଲେ । ଗୋଆରେ ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ସହ ଅପସରା ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ। ବର୍ତ୍ତମାନ ଏହି ଭିଡିଓଟିକୁ ୩ ହଜାର ୟୁଜର ଦେଖି ସାରିଲେଣି। ଭିଡିଓକୁ ଶ୍ରେୟା ବାନାର୍ଜୀ ନିଜ ଇଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି। ଗତ ମାସ ତଳେ ଅପସରାଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା।

Leave A Reply

Your email address will not be published.