Latest Odisha News

BREAKING NEWS

ହାଇକୋର୍ଟରେ ହାଥରସ ମାମଲା ଶୁଣାଣି, ଲକ୍ଷ୍ନୌ ଯାଉଛନ୍ତି ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ: ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ହେବ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ଶୁଣାଣି । ଜଷ୍ଟିସ ପଙ୍କଜ ମିତ୍ତଲ ଓ ଜଷ୍ଟିସ ରାଜନ ରାୟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆଜିର ଶୁଣାଣି ବେଳେ କୋର୍ଟରେ ହାଜର ହେବ ପୀଡ଼ିତାଙ୍କ ପରିବାର ଲୋକ । ସେମାନଙ୍କୁ ଆଜି କଡ଼ା ସୁରକ୍ଷା ଭିତରେ ଲକ୍ଷ୍ନୌ ଅଭିମୁଖେ ଆଣିଛି ପୋଲିସ ।

ହାଥରସ ଏଡିଏମ୍ ଅଞ୍ଜଳି ଗଙ୍ଗାଧର ଓ ସିଓ ଶୈଳେନ୍ଦ୍ର ବାଜପେୟୀଙ୍କ ନେତୃତ୍ୱରେ ୬ଟି ଗାଡ଼ିରେ ମୃତକଙ୍କ ବାପା, ମାଆ, ଭାଇ ଓ ଭାଉଜଙ୍କୁ ଲକ୍ଷ୍ନୌ ଆଣୁଛି ପୋଲିସ । ସକାଳ ୬ଟାରେ ସେମାନେ ଘରୁ ବାହାରିଛନ୍ତି । ୧୧-୧୨ଟା ସୁଦ୍ଧା ସେମାନେ ଲକ୍ଷ୍ନୌରେ ପହଞ୍ଚିବା ସମ୍ଭାବନା ରହିଛି ।

ପୀଡ଼ିତାଙ୍କ ପରିବାରର ୫ ଜଣ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କରାଇବେ । ପୂର୍ବରୁ ଗତ ୧ ତାରିଖରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ନିଜ ଆଡୁ ମାମଲା ରୁଜୁ କରିଥିଲେ । ମାମଲାରେ ଉତ୍ତରପ୍ରଦେଶ ପୋଲିସ ଡିଜି, ଆଇନ ଶୃଙ୍ଖଳା ଏଡିଜି, ହାଥରସ ଡିଏମ୍, ଏସପିଙ୍କୁ ସମନ୍ କରିଥିଲେ କୋର୍ଟ । ଏହାସହ ପୀଡ଼ିତାଙ୍କ ମାଆ, ବାପା, ଭାଇ ଓ ଭାଉଜଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା ।

Leave A Reply

Your email address will not be published.