Latest Odisha News

BREAKING NEWS

ବିବାହର ୫ ବର୍ଷ ପରେ ଯମଜ ସନ୍ତାନର ମା’ ହେଲେ ପଙ୍ଖୁରୀ ଅୱସ୍ତି

ମୁମ୍ବାଇ: ବିବାହର ୫ ବର୍ଷ ପରେ ଯମଜ ସନ୍ତାନର ମା’ ହେଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ପଙ୍ଖୁରୀ ଅୱସ୍ତି । ଯମଜ ସନ୍ତାନର ମାତାପିତା ହୋଇଥିବାରୁ ଅଭିନେତ୍ରୀ ପଙ୍ଖୁରୀ ଓ ତାଙ୍କ ସ୍ୱାମୀ ଗୌତମ ରୋଡ଼େ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଛି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଯମଜ ସନ୍ତାନ ମଧ୍ୟରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।

ଅଭିନେତା ଗୌତମ ରୋଡେ ଏବଂ ପଙ୍ଖୁରୀ ଅୱସ୍ତି ଛୋଟ ପରଦାର ସବୁଠାରୁ ଲୋକପ୍ରିୟ ଦମ୍ପତ୍ତି ଭାବେ ବେଶ୍ ଜଣାଶୁଣା । ଉଭୟ ଅନେକ ଧାରାବାହିକରେ ଅଭିନୟ କରି ଘରେ ଘରେ ପରିଚିତ । ସେମାନଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ୨୦୧୮ ଫେବୃଆରୀ ୪ ତାରିଖରେ ଉଭୟେ ପ୍ରେମ ବିବାହ କରିଥିଲେ । ବିବାହର ୫ ବର୍ଷ ପରେ ଏହି ଷ୍ଟାର ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି । ଏହି ଖୁସି ଖବର ଉଭୟ ସୋସିଆଲ ମିଡ଼ିଆରେ ସେୟାର କରି ଲେଖିଛନ୍ତି, ଜୁଲାଇ ୨୫,୨୦୨୩ରେ ଆମେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ସହିତ ଆଶୀର୍ବାଦ ପ୍ରାପ୍ତ ହେଲୁ । ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ଯାଏ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.