ମୁମ୍ବାଇ: ମାଆ ହେଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଦିଶା ପରମାର । ସେ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଟିଭି ଦୁନିଆର ପ୍ରିୟ ଦମ୍ପତ୍ତି ଦିଶା ଏବଂ ରାହୁଲ ବୈଦ୍ୟ ପିତାମିତା ହୋଇଥିବାରୁ ବେଶ୍ ଖୁସି ଅଛନ୍ତି । ଏନେଇ ସେମାନେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ଜାଣିବା ପରେ ତାଙ୍କ ପ୍ରଶଂସକମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାହୁଲ ଇନଷ୍ଟା ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରି ଲେଖିଛନ୍ତି ଯେ, ଆମେ ଏକ ଶିଶୁ କନ୍ୟା ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଛୁ! ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି । ଆମେ ଆମର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ, ଯିଏ ଗର୍ଭଧାରଣରୁ ଜନ୍ମ ପର୍ଯ୍ୟନ୍ତ ମା’ ଏବଂ ଶିଶୁ ଯତ୍ନ ନେଇଥିଲେ ଏବଂ ଆମ ପରିବାରକୁ ମଧ୍ୟ ଧନ୍ୟବାଦ ଦେଉଛୁ । ଆମେ ଖୁସି! ଶିଶୁ କନ୍ୟାକୁ ଆଶୀର୍ବାଦ କରନ୍ତୁ । ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାହୁଲ ଏବଂ ଦିଶା ଅନେକ ଧାରାବାହିକରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଛନ୍ତି । ସେମାନଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଉଭୟ ୨୦୨୧ ମସିହା ଜୁଲାଇ ୧୬ରେ ପ୍ରେମ ବିବାହ କରିଥିଲେ ।
Comments are closed.