Latest Odisha News

BREAKING NEWS

ସଫ୍ଟ ପର୍ଣ୍ଣ ଫିଲ୍ମ ର‌୍ୟାକେଟରେ ଗିରଫ ହୋଇଥିବା ଗହନାଙ୍କୁ କରୋନା

ମୁମ୍ବାଇ: ନିକଟରେ ସଫ୍ଟ ପର୍ଣ୍ଣ ଫିଲ୍ମ ର‌୍ୟାକେଟରେ ସମ୍ପୃକ୍ତି ନେଇ ଗିରଫ ହୋଇଥିବା ଗହନା ବଶିଷ୍ଠ ଓରଫ ବନ୍ଦନା ତିୱାରୀ କରୋନା ପଜିଟିଭ ଥିବା ଜଣାପଡିଛି । ଗହନା ୧୦ ଫେବୃୟାରୀରୁ କ୍ରାଇମବାଂଚ କଷ୍ଟଡିରେ ରହିଛି । ତାଙ୍କୁ ଗିରଫ ଏବଂ ଜେରା କରିଥିବା ଅଧିକାରୀମାନଙ୍କୁ କ୍ୱାରେଂଟାଇନରେ ରହିବା ପାଇଁ କୁହାଯାଇଛି । ପୋଲିସ ଗହନା ନିକଟରୁ ଜବତ ହୋଇଥିବା ୩୬ ଲକ୍ଷ ଟଙ୍କାର କେଉଁଠାରୁ ଆସିଲା ତାହାର ତଦନ୍ତ କରୁଛି ।

ଗହନା କରୋନା ପଜିଟିଭ କବଳରୁ ମୁକୁଳିବା ପରେ ପରବର୍ତୀ କାର୍ଯ୍ୟ କରାଯିବ ବୋଲି କ୍ରାଇମବ୍ରାଂଚର ଜନୈକ ସିନିୟର ଅଧିକାରୀ କହିଛନ୍ତି । ବିଦେଶରେ ସଫ୍ଟ ଫିଲ୍ମ କାରୋବାର କରୁଥିବା ଉମେଶ କାମତ ଗିରଫ ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଥିଲା ।

Leave A Reply

Your email address will not be published.