Latest Odisha News

BREAKING NEWS

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡିଶାର ଦୁଇ ନିଖୋଜ

ତପୋବନ: ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନରେ ନିଖୋଜ ୨୦୦ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ଥିବା ଜଣାପଡିଛି । ଉଦ୍ଧାରକାରୀ ଟିମ୍ ତପୋବନ ସୁଡଙ୍ଗ ଭିତରେ ଖୋଜାଖୋଜି କରୁଛନ୍ତି । ମାତ୍ର ୩୨ ଜଣଙ୍କର ମୃତଦେହ ମିଳିପାରିଛି ।

ଓଡିଶାରୁ ନିଖୋଜ ଥିବା ଦୁଇ ବ୍ୟକ୍ତି ମଧ୍ୟରୁ ଜଣେ ଭଦ୍ରକ ଚାନ୍ଦବାଲି କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ବୋଲି ଜଣାପଡିଛି । ଅନ୍ୟ ନିଖୋଜ ଜଣଙ୍କ ମୟୂରଭଂଜ ଖୁଣ୍ଟା ବ୍ଲକର ପର୍ଶୁରାମ ହାଂସଦା । ଦୁହେଁ ଋଷିଗଙ୍ଗା ପ୍ରୋଜେକ୍ଟରେ କାମ କରୁଥିଲେ । ଦୁହିଁଙ୍କ ନିଖୋଜ ଖବର ମିଳିବା ପରେ ପରିବାରରେ କାନ୍ଦବୋବାଳି ପଡିଯାଇଛି ।

Leave A Reply

Your email address will not be published.