Latest Odisha News

BREAKING NEWS

ଅଭିନେତ୍ରୀ ଜୟା ପ୍ରଦାଙ୍କୁ ୬ ମାସ ଜେଲ୍ , ଗଣିବେ ୫ହଜାର ଟଙ୍କାର ଜୋରିମାନା

ମୁମ୍ବାଇ:  ବଲିଉଡ ଅଭିନେତ୍ରୀ ତାଥା ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ୬ମାସର ଜେଲ୍ ଦଣ୍ଡାଦେଶ । ଅଭିନେତ୍ରୀଙ୍କ ସହ ତାଙ୍କର ବିଜନେସ ପାର୍ଟନର ରାମ କୁମାର ଓ ରାଜା ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଜୟାଙ୍କୁ ଜେଲ୍ ଦଣ୍ଡାଦେଶ ସହ ୫ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିଛି । ଚେନ୍ନାଇର ରାୟପେଟରେ ତାଙ୍କ ମାଲିକାନାରେ ଥିବା ଥିଏଟରର କର୍ମଚାରୀମାନେ ଏହି ପିଟିସନ ଦାଖଲ କରିଛନ୍ତି ।

ଖବର ଅନୁଯାୟୀ, ଜୟାଙ୍କ ମାଲିକାନାରେ ଥିବା ଥିଏଟର କର୍ମଚାରୀଙ୍କ ଇଏସଆଇ ପୈଠ କରିବାରେ ମ୍ୟାନେଜମେଣ୍ଟ ବିଫଳ ହେବାରୁ ଆରମ୍ଭ ହୋଇଥିଲା ସମସ୍ୟା । କର୍ମଚାରୀମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଅଭିନେତ୍ରୀ କର୍ମଚାରୀଙ୍କୁ ପୂରା ଟଙ୍କା ଦେବାକୁ ପ୍ରତିଶୃତି ଦେବା ସହ ମାମଲା ଖାରଜ କରିବାକୁ କୋର୍ଟରେ ଆବେଦନ କରିଥିଲେ । ତେବେ ଶ୍ରମ ସରକାରୀ ବୀମା ନିଗମ ତାଙ୍କ ଆବେଦନକୁ ବିରୋଧ କରିବାରୁ ଜୟାପ୍ରଦା ଓ ଏହି ମାମଲା ସହ ଜଡ଼ିତ ଅନ୍ୟ ୩ ଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ସହ ଜୟାଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କହିଛନ୍ତି ଚେନ୍ନାଇର ଏଗମୋର କୋର୍ଟ ।

Leave A Reply

Your email address will not be published.